News
lipub
samparksetu

ଖବର ପ୍ରସାରଣ ପରେ ମରାମତି ହେଲା ଝୁଲନ୍ତା ବିଦ୍ୟୁତ ତାର !

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ମହୁଲପାଳ ପଞ୍ଚାୟତ ବିଜାଡିହି ଗାଁ ରେ ସାତ କି ଆଠ ଫୁଟ ଉଚ୍ଚତାରେ ଝୁଲି ରହିଥିଲା ୧୧ କେଭି ବିଦ୍ୟୁତ ତାର।

ଅନ୍ୟମନସ୍କ ଭାବେ ଯଦି କେହି ହାତ ଉଠାଇ ଦେବ, ଜୀବନ ଚାଲି ଯିବାର ଭୟ ମଧ୍ୟ ରହିଥିଲା । ବିଭାଗୀୟ କର୍ମଚାରୀ ସବୁ ଦେଖି ନ ଦେଖିଲା ପରି ରହୁଥିଲେ , ଏଠାରୁ ଚାରି କିଲୋମିଟର ଦୂରରେ ଅଁଳାବେରେଣୀରେ ବିଦ୍ୟୁତ୍ ବିତରଣ କମ୍ପାନୀ (ଟାଟା) ର କାର୍ଯ୍ୟାଳୟ । ତଥାପି ମରାମତି ହେଉନଥିଲା ,ସ୍ଥାନୀୟ ଲୋକମାନଙ୍କ ଅଭିଯୋଗ କ୍ରମେ ଗତ ଜାନୁଆରୀ -୨୩ ରେ ଢେଙ୍କାନାଳ ଅପଡେଟ ରେ ଖବର ପ୍ରସାରଣ ହୋଇଥିଲା , ଖବର ପ୍ରସାରଣ ପରେ ଝୁଲି ରହିଥିବା ବିଦ୍ୟୁତ ତାର କୁ ମରାମତି କରିଛି ବିଦ୍ୟୁତ ବିଭାଗ ।

new life
You might also like
error: Content is protected !!