ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଗଡ଼ପଳାଶୁଣୀ ପଂଚାୟତର ପିଅନ ମହେଶ୍ୱର ସାମଲ କିଡନୀ ରୋଗରେ ଆକ୍ରାନ୍ତ ହୋଇ ପଡିଛନ୍ତି l
ଦୁଃଖର ବିଷୟ ଏହାକି ଘରର ସେ ଏକମାତ୍ର ରୋଜଗାର କ୍ଷମ । ଅର୍ଥ ଅଭାବ ହେତୁ ତାଙ୍କର ଚିକିତ୍ସା ହୋଇପାରୁ ନାହିଁ । ତାଙ୍କର ଗୋଟେ ପୁଅ ଦୁଇ ଝିଅ ,ବଡ଼ ଝିଅ ବାହାଘର କରିଛନ୍ତି ସାନ ଝିଅ ପାଠ ପଢିବା ପାଇଁ ଅଭାବ ଥିବାରୁ ପାଠ ପଢି ପାରୁନାହାନ୍ତି ।
ଘରେ କେହି ରୋଜଗାର ନ ଥିବାରୁ ଭାଇ ଭଉଣୀ ପାଠ ପଢି ପାରୁନାହାନ୍ତି ଯାହା ପିଅନ ଦରମାରୁ ମିଳେ ସୁରୁଖୁରୁରେ ପରିବାର ଚଳେଇ ଦିଅନ୍ତି । ତେବେ ଏହି ଖବର ଆମେ ଗତ ନଭେମ୍ବର ୨୯ ରେ ଢେଙ୍କାନାଳ ଅପଡେଟ ରେ ପ୍ରସାରଣ କରିବା ସହ ଜିଲ୍ଲା ପ୍ରଶାସନ କୁ ଅବଗତ କରାଇଥିଲୁ ।
ମହେଶ୍ୱର ଙ୍କର ଚିକିତ୍ସା ର ସମସ୍ତ ଦାୟିତ୍ୱ ନେବା ପାଇଁ ଜିଲ୍ଲାପାଳ ଜିଲ୍ଲା ସିଡିଏମଓ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
