ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଅନ୍ତର୍ଗତ କଣ୍ଟାପାଳ ପଞ୍ଚାୟତ ଚୂନରଗଡି ଗ୍ରାମରେ ଘଟିଛି ଅଭାଵନୀୟ ଘଟଣା । ଉକ୍ତ ଗ୍ରାମର ନବକିଶୋର କବାଟ ଙ୍କ ପତ୍ନୀ ରିଙ୍କି ମହାକୁଡ଼(୨୬) ଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ତାଙ୍କ ଘରୁ ପୋଲିସ ଜବତ କରିଛି ।
ସୂଚନାଯୋଗ୍ୟ କି , ଗୁରୁବାର ସଂନ୍ଧ୍ୟାରେ ପଡ଼ୋଶୀ ଘରର ଏକ ନୂତନ ଗୃହ ପ୍ରବେଶ ଉତ୍ସବରେ ପରିବାର ର ସମସ୍ତ ସଦସ୍ୟ ଭୋଜିଭାତ ଖାଇ ନିଜ ଘରକୁ ଫେରିଥିଲେ । ବିଳମ୍ବିତ ରାତିରେ ରୋଷେଇ ଘରେ ନିଆଁ ଲାଗି ଯାଇଥିବା ବେଳେ ରିଙ୍କି ମଧ୍ୟ ଜଳି ଯାଇଥିଲେ ।
ମୃତ ମହିଳାଙ୍କ ଭାଇ ଙ୍କ ଅଭିଯୋଗ କ୍ରମେ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମହିଳା ଙ୍କ ମୃତ ଦେହ ଜବତ କରିବା ସହ ସ୍ଵାମୀଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।
୨୦୧୭ ମସିହାରେ ଭୁବନ ବଡ଼କାଠିଆ ଗ୍ରାମର ରିଙ୍କି ମହାକୁଡ ଙ୍କୁ ବିବାହ କରି ଘରକୁ ଆଣିଥିଲେ ନବକିଶୋର କବାଟ , ତାଙ୍କର ୩ ବର୍ଷର ଏକ କନ୍ୟା ସନ୍ତାନ ଅଛି । ହସଖିସିରେ ପରିବାର ରହୁଥିବା ବେଳେ ଏହି ଘଟଣା ସମସ୍ତଙ୍କୁ ଚକିତ କରିଛି । ଏହା ହତ୍ୟା କି ଆତ୍ମହତ୍ୟା ଅନ୍ୟ କିଛି କାରଣ ରହିଛି ଏ ନେଇ କଙ୍କଡାହାଡ଼ ପୋଲିସ୍ ତଦନ୍ତ ଚଳାଇଛି ।
