ବନ ବିଭାଗର ଚଢ଼ାଉ, ଢେଙ୍କାନାଳ କପିଳାଶ ରେଞ୍ଜ ବନ କର୍ମଚାରୀମାନେ ଢେଙ୍କାନାଳ ନିହଲ ପ୍ରସାଦ ଅଞ୍ଚଳରେ ଚଢ଼ାଉ କରି ହରିଣ ଛାଲ ଓ ବଜ୍ର କାପ୍ତାକାତି ଜବତ କରିବା ସହ ଏଥିସହ ୪ ଶିକାରୀଙ୍କୁ ଗିରଫ କରିଛି ଵନ ବିଭାଗ
ବିଶେଷ ସୁତ୍ରରୁ ଖବର ପାଇ ଗତ ରାତିରେ କପିଳାଶ ବନ କର୍ମଚାରୀମାନେ ଗଁନ୍ଦିଆ ବ୍ଲକର ନିହଲ ପ୍ରସାଦ ଥାନା ଅଞ୍ଚଳରେ ଚଢ଼ାଉ କରିଥିଲେ। ଏହି ଚଢ଼ାଉରେ ଗୋଟିଏ ହରିଣର ଛାଲ, ୭ଟି ବଜ୍ରକାପ୍ତା କାତି ଜବତ କରିବାରେ ସକ୍ଷମ ହୋଇଛନ୍ତି । ତେବେ ଏହାକୁ ବାହାରକୁ ଚାଲାଣ କରୁଥିବା ୪ ଶିକାରୀଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।
ଗିରଫମାନେ ହେଲେ ନିହଲ ପ୍ରସାଦ କରଡ଼ାବଣୀର ସଞ୍ଜୟ ସାହୁ ବଳରାମ ସାହୁ, ଗଡ଼ ଖାଙ୍କିରା ଗ୍ରାମର ଶ୍ରୀକୃଷ୍ଣ ସାହୁ ଓ ଟୋଲର ପଶି ଗ୍ରାମର ବଙ୍ଗାଳି ଦେହୁରୀ। ଗିରଫ ପରେ ଶିକାରୀଙ୍କୁ କୋର୍ଟ ଚାଲାଣା କରାଯାଇଛି।
