ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଷୋରିସିଆପଦା ପଞ୍ଚାୟତର ଗାଁ ଗୁଡିକ କପିଳାସ ଜଙ୍ଗଲ ଭିତରେ ଅବସ୍ଥିତ। ପ୍ରଶାସନିକ ଅଧିକାରୀଙ୍କ ପାଦ ଏ ଗାଁରେ କେବେ ପଡେ ନାହିଁ।
ଗାଁରେ ପ୍ରାଥମିକ ବିଦ୍ୟାଳୟଟିଏ ଅଛି ହେଲେ ସ୍କୁଲରେ ପିଲାଙ୍କ ପାଦ ପଡ଼େ ନାହିଁ। ସଚେତନ ଅଭାବରୁ ଓ ପ୍ରଶାସନର ଅବହେଳାରୁ ଏଠାକାର ବାସିନ୍ଦା ସର୍ବଦା ଅବହେଳିତ। କୋହ୍ଲ। ଗାଁର ଜଟିଆ କୁଙ୍କାଲ ବୟସ ଷାଠିଏ ପାର। ବହୁତ ବର୍ଷ ତଳେ ଇନ୍ଦିରା ଆବାସଟିଏ ପାଇଥିଲା (ଅଟକଳ ଥିଲା ୩୫,୦୦୦) ଯାହା ଏବେ ତାର ବଢିଲା ପରିବାର ପାଇଁ ଛୋଟ ହୋଇଯାଇଛି। ଭାଙ୍ଗିବି ଗଲାଣି। ସେ ଘରେ ଏବେ ପୁଅର ପରିବାର ରହୁଛି। ଗରିବ ଆଦିବାସୀ ସମ୍ପ୍ରଦାୟର ଜଟିଆ ଭତ୍ତା ଟିଏ ପାଇଁ ଗଁଦିଆ ବ୍ଲକ ଅଫିସ ଆସି ବିଡ଼ିଓଙ୍କ ଦେଖା ନପାଇ ଫେରି ଫେରି ଗଲାଣି।
ତା ବୟସର ଆଉ ଦୁଇ ସାଥି ଭତ୍ତା ପାଇଲେଣି ହେଲେ ତାକୁ କାହିଁକି ଭତ୍ତା ମିଳୁନାହିଁ ସେ ଜାଣି ନାହିଁ। ଆଧାର କାର୍ଡର ତୃଟି ତା ମୁଣ୍ଡରେ ପଶୁ ନାହିଁ। କାହାକୁ ଗୁହାରି କରିବ ସେ ବି ଜାଣି ପାରୁ ନାହିଁ। ବାବୁ ଭାଇ ଯାହାକୁ ଦେଖେ ନିଜ ଦୁଃଖ କାହାଣୀ ବଖାଣି ବସେ। ପୁଅ ପାଇଁ ଘର ଖଣ୍ଡିଏ ଓ ତା ପାଇଁ ଭତ୍ତା କରିଦେବାକୁ ଅଳି କରି ବସେ।
ଏହି ଘଟଣା ମୁ ନେଇ ଆମେ ସ୍ଥାନୀୟ ବଡିଓ ଙ୍କ ସାଙ୍ଗରେ ଯୋଗାଯୋଗ କରିଥିଲୁ ତେବେ ତାଙ୍କୁ ତୁରନ୍ତ ଭତ୍ତା ଯୋଗାଇ ଦେବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି ।
