ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ କୁରୁଣ୍ଟି ଗ୍ରାମର ସମ୍ପତ୍ତିଆ ମହାରଣାଙ୍କ ପୁଅ ଫଗୁଆ ମହାରଣା ( ୪୬ ) । ଅନୁଗୋଳ ଜିଲ୍ଲାର ବଅଁରପାଳ ଥାନା ଅନ୍ତର୍ଗତ ଗୋତମରାସ୍ଥିତ ନିରୋଦ ବିଶ୍ବାଳଙ୍କ ଓ୍ବେଲଡିଙ୍ଗ ଓ୍ବାର୍କସପରେ କାମ କରିଆସୁଥିଲା ଦୀର୍ଘ ୪ ବର୍ଷ ହେଲା କାମ କରି ଆସୁଥିଲେ। ନିତିଦିନ ପରି ଆଜି ବି ସକାଳୁ କାମକରିବା ପାଇଁ ଘରୁ ଯାଇଥିଲେ।
ଆଜି ଦିନ ପ୍ରାୟ ୧୧ଟା ବେଳକୁ ସ୍ତ୍ରୀ ସୁଜାତା ମହାରଣାଙ୍କ ପାଖକୁ ଫୋନ ଆସିଥିଲା କି ତୁମ ସ୍ବାମୀଙ୍କର ମୃତ୍ୟୁବରଣ ହୋଇଛି।
ଖବର ପାଇ ପତ୍ନୀ ସୁଜାତା ବଅଁରପାଳ ଥାନାରେ ଏ ନେଇ ଏକ ଲିଖିତ ଅଭିଯୋଗ ପରେ , ଶବ ବ୍ୟବଚ୍ଛେଦ ପାଇଁ ଅନୁଗୋଳ ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଛି। ତଦନ୍ତ ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ତଦନ୍ତକାରୀ ଅଧିକାରୀ ପ୍ରକାଶ କରିଛନ୍ତି। ତେବେ ଏ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ନାନା ଆଲୋଚନା କରୁଥିବା ଦେଖାଯାଇଛି।
