ଢେଙ୍କାନାଳ ଓଡ଼ାପଡ଼ା ବ୍ଲକ ବିଡ ପଞ୍ଚାୟତ ବୁଢାପଙ୍କ ଗାଁର ସ୍ୱର୍ଗତ ସୁକାନ୍ତ ନାୟକଙ୍କ ପତ୍ନୀ ସୁଚିତ୍ରା ନାୟକ। ୨୦୦୮ ମସିହାରେ ସ୍ବାମୀ ଏକା କରି ଆରପାରିକୁ ଚାଲିଗଲେ। ସ୍ବାମୀଙ୍କ ପରେ ଗୋଟିଏ ବୋଲି ପୁଅର ଚିନ୍ତା ଏବେ ତାଙ୍କୁ ଚିନ୍ତାରେ ପକାଇଛି।
ପୁଅଟି ତାଙ୍କର ରକ୍ତ ଶିକୁଳି (ସିକିଲିଙ୍ଗ) ରୋଗରେ ପୀଡିତ। ବିଧବା ହିସାବରେ ତାଙ୍କୁ ଆଜି ପର୍ଯ୍ୟନ୍ତ ଭତ୍ତା ମିଳି ନାହିଁ ତା ବାଦ୍ ପୁଅର ଚିକିତ୍ସା ଭାର ଏବେ ତାଙ୍କ ଉପରେ। ସେ ଭତ୍ତା ପାଇଁ ବହୁତ ଥର ବ୍ଲକ କାର୍ଯ୍ୟାଳୟ ଆସିଥିବା କହିଛନ୍ତି ହେଲେ ଆଜି ପର୍ଯ୍ୟନ୍ତ ମିଳି ପାରି ନାହିଁ ନା ତାଙ୍କୁ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିଛି!
