ଆଜି ଜିଲ୍ଲାଜଜ୍ ତଥା ଆଇନ୍ ସେବା ପ୍ରଧିକରଣ ଅଧ୍ୟକ୍ଷ ଶ୍ରୀ ଶରତ କୁମାର ଦେହୁରୀ ଙ୍କ ନିର୍ଦ୍ଦେଶ କ୍ରମେ ଏ.ଆଈ.ଆର.ଏ,(ଏନଜିଓ) ବୋରାପଦା ଢେଙ୍କାନାଳ ଠାରେ କିନ୍ନର ମାନଙ୍କୁ ନେଇ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।
ଏହି ଶିବିରରେ ୫୦ଜଣ କିନ୍ନର ଯୋଗଦେଇ ଥିଲେ। ଏହି ଶିବିରରେ ଜିଲ୍ଲା ଆଇନ୍ ସେବା ପ୍ରଧିକରଣର ସଚିବ ଶ୍ରୀ ସୁକାନ୍ତ କିଶୋର ଜେନା ଅଧ୍ୟକ୍ଷତା କରି କିନ୍ନର ମାନଙ୍କର ମୌଳିକ ଅଧିକାର , ନାଗରିକ ମାନଙ୍କ ସାମ୍ବିଧାନିକ ଅଧିକାର ,କର୍ତବ୍ଯ ଏବଂ ବିଭିନ୍ନ ଆଇନ୍ ବିଷୟରେ ଆଲୋକପାତ କରିଥିଲେ। ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ଶ୍ରୀମତୀ ଗୋପଲଷ୍ମୀ ହୋତା କିନ୍ନର ମାନଙ୍କ ସାମାଜିକ ଏବଂ ଅର୍ଥନୈତିକ ସଶକ୍ତିକରଣ କିଭଳି ହୋଇପାରିବ ସେ ବିଷୟରେ ବିଶଦ ଭାବରେ ଆଲୋକପାତ କରିଥିଲେ।
ଆଇନ୍ ଜୀବୀ ସାଇଶ୍ରୀ ପଟ୍ଟନାୟକ ଉପସ୍ଥିତ ରହି କିନ୍ନର ମାନଙ୍କ ସାମ୍ବିଧାନିକ ଅଧିକାର ବିଷୟରେ ଆଲୋକପାତ କରିଥିଲେ। ଢେଙ୍କାନାଳ ପୌରସଂସ୍ଥାର ଚିକୁମିନୁ ପଟ୍ଟନାୟକ ଉପସ୍ଥିତ ରହି କିନ୍ନର ମାନଙ୍କ ପାଇଁ ଥିବା ବିଭିନ୍ନ ସରକାରୀ କଲ୍ୟାଣ ଯୋଜନା ବିଷୟରେ ଆଲୋକପାତ କରିଥିଲେ।ଏ, ଆଈ.ଆର.ଏ,(ଏନଜିଓ) ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଗୋଲେଖ ବିହାରୀ ପାଣିଗ୍ରାହୀ କିନ୍ନର ମାନେ କିପରି ସମାଜର ମୂଖ୍ୟ ସ୍ରୋତରେ ସାମିଲ୍ ହୋଇପାରିବେ ସେବିଷୟରେ ଆଲୋକପାତ କରିଥିଲେ।ଏ.ଆଈ.ଆର.ଏ,(ଏନଜିଓ)ସଂସ୍ଥାର ବିଭୁତି ଭୂଷଣ ପୃଷ୍ଟି , ପ୍ରଦ୍ବୁମ୍ନ କୁମାର ପଣ୍ଡା , ଅନ୍ତର୍ଯ୍ୟାମୀ ମିଶ୍ର, ବରନାଳି ବେହେରା, ଶିଶିର ଦଳାଇ ପ୍ରମୁଖ ଯୋଗ ଦେଇଥିଲେ।
