News
WhatsApp Image 2023-10-04 at 17.25.00
samparksetu

ସମାଜବାଦୀ ଜନନାୟକ ପ୍ରଶାନ୍ତ ମିଶ୍ରଙ୍କ ୮୪ ତମ ଜୟନ୍ତୀ ପାଳିତ ଏବଂ ସାମ୍ପ୍ରତିକ ପରିସ୍ଥିତିରେ ସମାଜବାଦ ବିଷୟରେ ଏକ ଆଲୋଚନା ଚକ୍ର

ସମାଜବାଦୀ ଜନନାୟକ ପ୍ରଶାନ୍ତ ମିଶ୍ରଙ୍କ ୮୪ ତମ ଜୟନ୍ତୀ ପାଳିତ ଏବଂ ସାମ୍ପ୍ରତିକ ପରିସ୍ଥିତିରେ ସମାଜବାଦ ବିଷୟରେ ଏକ ଆଲୋଚନା ଚକ୍ର । କାଠଗଡା ସ୍ଥିତ ଗାନ୍ଧୀ ଅଧ୍ୟୟନ କେନ୍ଦ୍ର ଠାରେ ପ୍ରଫେସର ଭବାନୀ ଶଙ୍କର ମିଶ୍ରଙ୍କ ସଭାପତିତ୍ୱରେ ଏହି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି  ।  ସମାଜସେବୀ କଲ୍ୟାଣ ଆନନ୍ଦ ସ୍ୱାଗତ ଭାଷଣ ଏବଂ ପରିଚାଳନା କରିଥିବାବେଳେ ବିଶିଷ୍ଟ ସମାଜସେବୀ କ୍ରିଷ୍ଣା ମହାନ୍ତି ମୁଖ୍ୟ ଅତିଥି ଏବଂ ପ୍ରୋ ବୀରେନ୍ଦ୍ର ନାୟକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ।  ତାଛଡା ନେତୃତ୍ୱ ବିକାଶ ଉପରେ ତିନି ଦିନିଆ ଯୁବ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ପ୍ରଶିକ୍ଷାର୍ଥୀ ମାନେ ସ୍ୱାଧୀନତା, ସମାନତା, ନୈତିକତା, ଶିକ୍ଷା, ନମ୍ରତା, ତ୍ୟାଗ, ସରଳ ଜୀବନ ଯାପନ,ପ୍ରତିବାଦ କରିବାର ଶକ୍ତି ଓ ଉତ୍ତମ ଲିଡରସିପ୍ ଉପରେ ଶିକ୍ଷା ଗ୍ରହଣ କରି ନିଜ ନିଜର ବକ୍ତବ୍ୟ ରଖିଥିଲେ l ମୁଖ୍ୟ ଅତିଥି ଶ୍ରୀମତୀ ମହାନ୍ତି କହିଥିଲେ ପିଲାମାନେ ଇତିହାସ ଜାଣିବା ଉଚିତ, ବିଗତରେ ଯାହା ଘଟିଥିଲା ତାହା ପଢ଼ା ଯାଉନାହିଁ, ସତ୍ୟ ଠାରୁ ଆଜିର ଯୁବ ପିଢ଼ି ଅପସରି ଯାଉଛନ୍ତି, ନୂଆ ଶିକ୍ଷା ନୀତିରେ ଯୁବପିଢିଙ୍କୁ ପଥଭ୍ରଷ୍ଟ କରିବା ପରିଲକ୍ଷିତ ହେଉଛି ।

ଅନୁଷ୍ଠାନ ପକ୍ଷରୁ ଶ୍ରୀମତୀ ମହାନ୍ତିଙ୍କୁ ଉପଢୌକନ ସହିତ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା ଏବଂ ସମସ୍ତ ପ୍ରଶିକ୍ଷାର୍ଥୀ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା l ଏହି ଆଲୋଚନା ଚକ୍ରରେ ଢେଙ୍କାନାଳର ଅନେକ ପ୍ରଶାନ୍ତ ମିଶ୍ର ପ୍ରେମୀ ତଥା ବୁଦ୍ଧିଜୀବୀ, ଜନପ୍ରତିନିଧି ଭାଗନେଇ ଶ୍ରୀ ମିଶ୍ରଙ୍କ ସ୍ମୃତି ଚlରଣ କରିଥିଲେ l ଶେଷରେ ସମାଜସେବୀ ସରୋଜ ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ ।

new life
You might also like
error: Content is protected !!