News
WhatsApp Image 2023-10-04 at 17.25.00
samparksetu

ସାବାର୍ଡ ହେଉଛନ୍ତି ଅସାମାଜିକ ବ୍ୟକ୍ତି, ସାଧା ପୋଷାକରେ ଆରକ୍ଷୀ ଅଧିକ୍ଷକଙ୍କ ଚଢ଼ାଉ ।

ନା ବାଜୁଛି ସାଇରନ ନା ଜଳୁଛି ବତୀ ନା କୌଣସି ଫୋର୍ସ ନା ଅଛି ବର୍ଦି । ସଞ୍ଜ ନଇଁଲେ ନିଜେ ସାଇକଲ ରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଛନ୍ତି ଆରକ୍ଷୀ ଅଧିକ୍ଷକ । ଏହା କୋୖଣସି ଫିଲ୍ମ ର କାହାଣୀ ନୁହେଁ ବରଂ ଆମେ କହୁଚୁ ଢେଙ୍କାନାଳ ଜିଲ୍ଲାକୁ ଆସିଥିବା ନୂତନ ଆରକ୍ଷୀ ଅଧିକ୍ଷକ ଜ୍ଞାନରଂଜନ ମହାପାତ୍ର କଥା ।

ଢେ଼ଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଲାଗିରହିଛି ଧଳା ଜହର ବେପାରୀଙ୍କ ରାଜ୍ । ବେପାରୀଙ୍କ ମୁଖ୍ୟ ଟାର୍ଗେଟ ଯୁବଗୋଷ୍ଠୀ, ଧଳା ଜହର ବେପାରୀ ଲାଲେଲାଲ ହେଉଥିବା ବେଳେ ଯୁବଗୋଷ୍ଠୀ ବିପଥଗାମୀ ହେବାରେ ଲାଗିଛନ୍ତି । ଧଳା ଜହର କିଣିବାକୁ ପଇସା ନଥିବା ସମୟରେ ଚୋରୀ କିମ୍ବା ଲୁଟ କରିବାକୁ ମଧ୍ୟ ପଛାଉ ନାହାନ୍ତି । ତେବେ ଖବର ପାଇ ନିଜେ ଆରକ୍ଷୀ ଅଧିକାରୀ ଛଦ୍ମ ବେଶରେ ପହଁଚି ଥାଆନ୍ତି ତାହା ଫୁଣି ସାଇକଲରେ ।

ଆସାମୀଙ୍କୁ ସାବାର୍ଡ କରିବା ସହ ପୋଲିସ ର ଜିମା ମଧ୍ୟ ଦେଇଥାନ୍ତି। ସେହିପରି ସନ୍ଧ୍ୟା ସମୟରେ ବିଭିନ୍ନ ପୋଖରୀ ହୁଡାରେ ବସି ସେହି ରାସ୍ଥା ଦେଇ ଯାଉଥିବା ଯୁବତୀଙ୍କୁ କମେଣ୍ଟ ମରା ଚାଲିଥିବା ବେଳେ ଆରକ୍ଷୀ ଅଧିକ୍ଷକ ପହଁଚି ସେଠାରେ ଥିବା ଅସାମାଜିକ ଯୁବକଙ୍କୁ ସାବାର୍ଡ କରିଥିଲେ । ଏପରିକି ସ୍ଥାନୀୟ କିଛି ବାସୀନ୍ଦାଙ୍କ ସହ ବିଭିନ୍ନ ସୁରକ୍ଷା ଭିତ୍ତିକ ଆଲୋଚନା ମଧ୍ୟ କରିଥିବାର ଦେଖା ଦେଇଛି । ଏଭଳି ଲୋକାଭିମୁଖୀ ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟ ଶୈଳୀ କୁ ବିଭିନ୍ନ ଦିଗରେ ପ୍ରଶଂସା ର ସୁଅ ଛୁଟିବାରେ ଲାଗିଛି ।

new life
You might also like
error: Content is protected !!