News
WhatsApp Image 2023-10-04 at 17.25.00
samparksetu

ଚନ୍ଦାରରେ ଅବକାରୀ ବିଭାଗର ଚଢ଼ାଉ; ୨୦୦ ଲିଟର ଦେଶୀ ମଦ ଜବତ, ୨ ଗିରଫ

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଚନ୍ଦାର ଗାଁରେ ଅବକାରି କମିଶନରଙ୍କ ନିର୍ଦ୍ଧେଶ କର୍ମେ ସଦର ଅବକାରି ଅଧିକାରୀ ସମିର ମହାନ୍ତି,କାମାକ୍ଷାନଗର ଅବକାରି ଅଧିକାରୀ ଅଶୋକ କୁମାର କାଲସେନା ଙ୍କ ସହ ଭୁବନର ଅତିରିକ୍ତ ତହସିଲଦାର ମନୋଜ କୁମାର ମାଝିଙ୍କ ମିଳିତ ଚଡାଉ ହୋଇଥିଲା ।

ଏହି ଚଢାଉରେ ୨୦୦ଲିଟର ଦେଶି ମଦ ଜବତ ସହ ୮୦୦ଲିଟର ପୋଚକୁ ନଷ୍ଟ କରାଯାଇଛି।ଏହା ସହ ଜଣେ ଯୁବକ ଏବଂ ଜଣେ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ।ଦିନକୁ ଦିନ ଭୁବନ ଅଞ୍ଚଳରେ ଚୋରା ମଦର ଆସାର ବଢିବାକୁ ଲାଗିଛି ହେଲେ ଭୁବନ ପୋଲିସ ନିରବଦ୍ରଷ୍ଟା ପାଲଟିଛି ବୋଲି ସାଧାରଣରେ ଆଲୋଚନା ହେଉଛି।

new life
You might also like
error: Content is protected !!