News
WhatsApp Image 2023-10-04 at 17.25.00
samparksetu

ବୁଝେଇଦେ ମନକୁ ଏବେ

ବୁଝାଇ ଦିଅନ୍ତୁ ଏବେ ‘ ଚଞ୍ଚଳ’ ମ’ନକୁ’
ସବୁ ପାଇଅଛ ପାଇ ‘ ବଡ଼ ଠା’କୁ’ରକୁ’
ଯାହାକୁ’ ପୂଜୁଛ ‘ ତୁମେ’ …….
ଯୋଗୀଙ୍କ ବେଶରେ ତାଙ୍କୁ ‘ ପାଇଅ’ଛୁ’ ଆମେ ‘ ——– ( 1 )

କଲ୍ୟାଣ ମାଗନ୍ତି ଧରି ‘ ଥାଳକୁ ‘ ନି’ଜର’
ଜଗନ୍ନାଥ ଦେଉଥାନ୍ତି ‘ ବଢ଼ାଇ’କି’ କର’
ତହୁଁ ତୁ’ମେ ମାଗି’ନିଅ …….
ବନ୍ଦାଇ ତାହାଠୁ ଯିଏ ‘ ଠୁଳରୁ ‘ ଉ’ଦୟ’ —————–( 2 )

ନିରାକାର ମୟ ଅଟେ ‘ ଆମରି’ ସେ’ ପ୍ରଭୁ’
ନାହିଁ ଆଦି ନାହିଁ ଅନ୍ତ’ ସବୁରି ‘ ସେ ‘ ବିଭୁ ‘
ଲୋମର ‘ମୂଳରୁ ‘ଜାତ ‘……..
କୋଟିଏ ବ୍ରହ୍ମାଣ୍ଡ ହୋଇ ‘ ଚାଲେ ଅ’ବି’ରତ’ —————( 3 )

ବୁଝାଇ ଦିଅନ୍ତୁ ଏବେ ‘ ମନ ପା’ଗ’ଳକୁ’
ସବୁ ଯେ ପାଇଲୁ ପାଇ ‘ ବଡ଼ ଠା’କୁ’ରକୁ’
ତା ଛଡ଼ା ‘କା ପୂଜା’ କରୁ?………
ବ୍ରହ୍ମା ହେଲେ ସମ୍ଭୁତ ଯା’ ନାଭି କ’ମ’ଳରୁ’ —————-( 4 )

ଚଗଲା ମନଟା ହୁଏ ‘ ନବୁଝି ‘ ଅ’ଥୟ’
ତାକୁ ରୁହେ ଦୁନିଆର ‘ ଭୀତି ଅ’ବା’ ଭୟ’
ଠାକୁରେ’ ମୋ ଚୌବା’ହାକୁ’ ……….
ଭୟ ତେବେ ଲାଗେ କାହିଁ’ ମନ ଭ୍ର’ମ’ରକୁ!’ ————-( 5 )

ତହୁଁ ଜାତ ପଶୁପତି ‘ ଏକଥା ‘କି ‘ମିଛ? ‘
କେଉଁ ଦୁନିଆରେ ତୁମେ ‘ ଘୂରି ବୁ’ଲୁ’ଅଛ? ‘
ଆସ ଗୋ’ ପୁରୀକୁ’ ତୁମେ ‘ ……….
ତା ମନ୍ତ୍ର ପଢ଼ି ତା ପୂଜା ‘ ଶିଖୁଥି’ବା’ ଆମେ’ ————–( 6 )

ତାଙ୍କ ଆଦି ଅନ୍ତ ତାଙ୍କ’ ଆପଣା’ର’ ଗତି’
ଜାଣନ୍ତିନି  ବ୍ରହ୍ମା  ଜାଣ’ନ୍ତିନି  ପ’ଶୁ’ପତି’
ଅନନ୍ତ ‘ ତାଙ୍କରି ‘ ନାମ ‘ ……..
ସୃଷ୍ଟି, ସ୍ଥିତି ,କରନ୍ତି ସେ’ ପୁରୁଷ ‘ଉ’ତ୍ତମ’ —————–( 7 )

ବୁଝାଇ ଦିଅଗୋ ଏବେ ‘ ଅସ୍ଥିର’ ମ’ନକୁ ‘
ଖଣ୍ଡ  ଖଣ୍ଡ  କରନାହିଁ ‘  ମନ  ଉ’ଚ୍ଚା’ଟକୁ’
ଆସନ ‘ ପାରିବା ‘ ଏଠି ‘ …………
ଶାନ୍ତି ନାହିଁ କେଉଁଆଡ଼େ ‘ ରହିଛି ‘ ଏ’ଇଠି’ —————( 8 )

✍️ ଫକୀରୁଦ୍ଦୀନ୍ ଖାଁ

new life
You might also like
error: Content is protected !!