News
WhatsApp Image 2023-10-04 at 17.25.00
samparksetu

ଗ୍ରାମ୍ଯ ଜଳ ଯୋଗାଣ ଓ ପରିମଳ ବିଭାଗ (RWSS) ର ଠିକାଦାର ସଂଘ ଢେଙ୍କାନାଳ ଜିଲ୍ଲାପାଳ ଙ୍କ ମାଧ୍ୟମରେ ଓଡିଶା ସରକାରଙ୍କୁ ଦାବିପତ୍ର

ଗ୍ରାମ୍ଯ ଜଳ ଯୋଗାଣ ଓ ପରିମଳ ବିଭାଗ (RWSS) ର ଠିକାଦାର ସଂଘ ଢେଙ୍କାନାଳ ଜିଲ୍ଲାପାଳ ଙ୍କ ମାଧ୍ୟମରେ ଓଡିଶା ସରକାରଙ୍କୁଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ସମଗ୍ର ଢେଙ୍କାନାଳ ଜିଲ୍ଲାରେ ଛୋଟ ବଡ ପ୍ରାୟ ୫୦୦ରୁ ଉର୍ଦ୍ଧ ଠିକାଦାର RWSS ଅଧିନରେ କାମ କରନ୍ତି । କିନ୍ତୁ ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଯେ ସମଗ୍ର ଜିଲ୍ଲାର ସମସ୍ତ ପାନୀୟ ଜଳ ପ୍ରକଳ୍ପ ଯୋଜନାକୁ ଓଡିଶା ବାହାରର ବଡ ବଡ ଠିକା ସଂସ୍ଥା ହାତକୁ ଟେକି ଦିଆଯାଇଛି।

ଏହି କାରଣରୁ ଜିଲ୍ଲାରେ କାମ କରୁଥିବା ସମସ୍ତ ଛୋଟ ଠିକାଦାର , କୁଶଳୀ ଏବଂ ଅଣକୁଶଳୀ ଶ୍ରମିକ ମାନେ ନିଜର ରୋଜଗାର ପନ୍ଥା ହରାଇ ବସିଛନ୍ତି। ପରିସ୍ଥିତି ଏପରି ହେଲାଣି ଯେ ନିଜର ପରିବାର ଖର୍ଚ୍ଚ ତୁଲାଇବାକୁ ମଧ୍ୟ କଷ୍ଟ ହୋଇ ପଢିଛି।

୨୦୦୦ ରୁ ଉର୍ଦ୍ଧ୍ବ ପରିବାରର ସାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଛୋଟ ଠିକାଦାରଙ୍କ ପରିବାରକୁ ବଞ୍ଚାଇବାରେ ସାହାଯ୍ୟ କରିବା ନିମନ୍ତେ ଠିକାଦାର ସଂଗଠନ ପକ୍ଷରୁ ଦାବି କରାଯାଇଛି। ଦାବି ପୂରଣ ନହେଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବା ନିମନ୍ତେ ବାଧ୍ୟ ହେବେ ବୋଲି RWSS ର ଠିକାଦାର ମାନେ ନିଷ୍ପତ୍ତି ନେଇଛନ୍ତି। ଆଜିର ଏହି ବୈଠକରେ ସଭାପତି କମଳକାନ୍ତ ମିଶ୍ର, ରାଜେଶ ପରିଡା, ଅରୁନଦୟ ବିଶ୍ୱାଳ,ନାରାୟଣ ସ୍ୱାଇଁ ଙ୍କ ସମେତ ଅନେକ ଠିକାଦାର ଉପସ୍ଥିତ ଥିଲେ ।

new life
You might also like
error: Content is protected !!