News
WhatsApp Image 2023-10-04 at 17.25.00
samparksetu

ହାତୀ ମାନଙ୍କ ଦ୍ବାରା ବ୍ୟାପକ ଧାନ ଓ ପରିବା ଫସଲ ନଷ୍ଟ

କାମାକ୍ଷାନଗର ବ୍ଲକ ଅଁଳାବେରେଣୀ ବନଖଣ୍ଡ ଅଧିନ ତୁମୁଁସିଙ୍ଗା ଗାଁ ରେ ହାତୀମାନଙ୍କ ଦ୍ବାରା ବ୍ୟାପକ ଧାନ ଓ ପରିବା ଫସଲ ନଷ୍ଟ ହୋଇଛି। ଗତକାଲି ରାତିରେ ତୁମୁଁସିଙ୍ଗା ଗାଁ ର ପାଟିଆଗୁଡା ସାହି ନିକଟରେ ଥିବା ସାଢ଼େ ତିନି ଏକର ପାଖାପାଖି ଧାନ ଫସଲ ଓ ଏକ ଏକର ପୋଟଳ ଫସଲ ହାତୀ ଦଳିଚକଟି ନଷ୍ଟ କରିଥିବା ଜଣାପଡିଛି। ବର୍ଷା ଅଭାବ ଯୋଗୁଁ ଚାଷୀ ବହୁତ କଷ୍ଟରେ ଧାନ କରିଥିବା ବେଳେ ଏବେ ହାତୀଙ୍କ ଉପଦ୍ରବ ବୋଝ ଉପରେ ଲଳିତା ବିଡା ସଦୃଶ ହୋଇଛି।

ଏହି ଗାଁ ର ଦିଲ୍ଲିପ ସାହୁ ପିତା ବୈରାଗୀ ସାହୁ ଦେଢ଼ ଏକର ଧାନ,ରଞ୍ଜନ ବିଶ୍ବାଳ ପିତା ବିପ୍ରବର ବିଶ୍ବାଳ ଏକ ଏକର ଧାନ, ଗୌରାଙ୍ଗ ଚରଣ ସାହୁ ପି ବଂଶୀଧର ପନ୍ଦର ଗୁଣ୍ଠ ଧାନ, କ୍ଷୀରୋଦ ସେଠୀ ୧୦ ଗୁଣ୍ଠ ପୋଟଳ ସ୍ପ୍ରେ ମେସିନ ଓ ସାତ ଗୁଣ୍ଠ ଧାନ, ନାରଣ ସାହୁ ପି ପଦ୍ମନାଭ ୧୫ ଗୁଣ୍ଠ ପୋଟଳ ଚାଷ ହାତୀମାନଙ୍କ ଦ୍ବାରା ନଷ୍ଟ ହୋଇଛି।

ସୂଚନା ଥାଉ କି ଦିଲ୍ଲିପ ସାହୁ ଓ କ୍ଷୀରୋଦ ସେଠୀ ଉଭୟ ଭାଗ ଚାଷୀ ହୋଇଥିଲା ବେଳେ ଋଣ କରି ଚାଷ କରୁଛନ୍ତି। ଭାଗଚାଷୀ ମାନଙ୍କ ପାଇଁ ସହାୟତା ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି।

new life
You might also like
error: Content is protected !!