News
lipub
samparksetu

ଦିନ ଦ୍ବିପ୍ରହରରେ ଟ୍ରଲି ଚାଳକ ଙ୍କ ଠାରୁ ଲୁଟିନେଲେ ୪୧ ହଜାର ଟଙ୍କା

ଢେଙ୍କାନାଳ ଜିଲ୍ଲା ଭୁବନ ସହର ର ୨ନଂ ୱାର୍ଡ଼ କଲୋନୀ ନୀବାସୀ କୈଳାଶ ଦାସ ନିଜ ଘର ନିର୍ମାଣ ଲାଗି ଦୁଇଟି ବ୍ୟାଙ୍କ- କାନରା ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ରୁ ଆଜି ଦିନ ୨ଘଟିକା ସମୟରେ ମୋଟ ୪୧ ହଜାର ଟଙ୍କା ଉଠାଇ ଏକ କପଡା ବ୍ୟାଗରେ ରଖି ୭ ନଂ ୱାର୍ଡ ସ୍ଥିତ ମୋଚିସାହି କୁ ଆସିଥିଲେ।

ସେଠାରେ ଥିବା ଏକ ଦୋକାନରେ ବକେୟା ପାଞ୍ଚ ହଜାର ଦେବାକୁ ଠିଆ ହୋଇଥିବା ସମୟରେ ଏକ ନାଲି ହୋଣ୍ଡା ୟୁନିକର୍ଣ ଗାଡି ଯୋଗେ ତିନିଜଣ ଦୁର୍ବୁକ୍ତ ପିଛାକରି ତାଙ୍କ ସାଇକେଲ ରେ ଟଙ୍ଗା ହୋଇଥିବା ଟଙ୍କା ଥଳି କୁ ଚତୁରତାର ସହ ଲୁଟି ନେଇଯାଇଥିଲେ। ଅଭିଯୋଗ ପରେ ପୋଲିସ୍ ଘଟଣା ସ୍ଥାନରେ ପହଁଚି ତଦନ୍ତ ଜାରି ରଖିଛି ।

କୈଳାଶ ଜଣେ ଅଭାବୀ ଟ୍ରଲି ଚାଳକ ପରିଶ୍ରମ କରି ଟ୍ରଲି ଚଳାଇ ଏହି ଟଙ୍କା ନିଜ ଘର ନିର୍ମାଣ ନିମନ୍ତେ ସଞ୍ଚୟ କରି ରଖିଥିଲେ ।

ତେବେ ଗତ କିଛିଦିନ ପୂର୍ବରୁ ଭୁବନ ସହରର ଛକ ସ୍ଥାନ ମାନଙ୍କରେ ସିସି ଟିଭି କ୍ୟାମେରା ଲଗାଯାଇଥିବା ବେଳେ ଏହି ଲୁଟ ପୋଲିସ ପ୍ରଶାସନ ଲାଗି ଚ୍ୟାଲେଞ୍ଜ ସୃଷ୍ଟି କରିଛି।

new life
You might also like
error: Content is protected !!