ଗଁଦିଆ ବ୍ଲକ ପିଙ୍ଗୁଆ ପଞ୍ଚାୟତ ଟୋଲରପଶି ଗାଁର ୧୫୦ ପରିବାର ପାଇଁ ସମସ୍ୟା ସାଜିଛି ପାନୀୟ ଜଳ ପୂର୍ତ୍ତ ବିଭାଗ ରାସ୍ତାକୁ ଲାଗି ଗାଁର ସବର ସାହି ନିକଟରେ ଥିବା ବହୁ ପୁରୁଣା ଗୋଟିଏ କୂଅ ହିଁ ସାହା। ସବର ସାହି ଓ ଗୋପାଳ ସାହିର ଲୋକଙ୍କ ପାଇଁ ଗୋଟିଏ କୂଅ ଭରଷା।

ବହୁତ ବର୍ଷ ତଳେ କୂଅଟି ହୋଇଥିଲା ଯାହାର ଚାନ୍ଦିନୀ ଭାଙ୍ଗିରୁଜି ଯାଇଛି। ମହିଳାମାନେ ବିପଦ ସଙ୍କୁଳ ଭାବରେ ପାଣି ନିଅନ୍ତି। କୂଅଟିର ଏବେ ମରାମତି ଆବଶ୍ୟକ ପଡୁଛି। ତା ଛଡା ଏ ଅଞ୍ଚଳର ଲୋକ ପାନୀୟ ଜଳ ପାଇଁ ବାରମ୍ବାର ଲିଖିତ ଅଭିଯୋଗ କରିଛନ୍ତି। ଆଜି ପର୍ଯ୍ୟନ୍ତ ନଳକୂପ ଟିଏ ବି ହୋଇ ପାରି ନାହିଁ।
ଗତବର୍ଷ ଗୋଟିଏ ନଳକୂପ ବିଫଳ ହେବା ପରେ ପୁନର୍ବାର ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଖୁବଶୀଘ୍ର ପାନୀୟ ଜଳ ସମସ୍ୟା ସମାଧାନ କରିବା ପାଇଁ କେବଳ ଫମ୍ପା ପ୍ରତିଶ୍ରୁତି ଦେଇଛନ୍ତି। ଏ ପର୍ଯ୍ୟନ୍ତ ସରକାରୀ ସ୍ତରରେ ପାନୀୟ ଜଳ ଯୋଗାଣ ପାଇଁ କୌଣସି ତତ୍ପରତା ପ୍ରକାଶ ପାଇ ନାହିଁ। ଯୁବ ସମାଜ ସେବୀ ଭଗବାନ ପ୍ରଧାନ(ବବି) ଏ ସମ୍ପର୍କରେ ବାରମ୍ବାର ଚେଷ୍ଟା କରି ବିଫଳ ହୋଇଛନ୍ତି।ଦେଖିବାକୁ ବାକି ରହିଲା କେବେ ଦୂର ହେଉଛି ତାଙ୍କ ଦୁଃଖ ।
