ଢେଙ୍କାନାଳ ପୌରପାଳିକା ଅନ୍ତର୍ଗତ ରାମେଶ୍ୱରପୁର ୱାର୍ଡ ନଂ ୧୮ର ବାସିନ୍ଦା କବି ନାୟକ। ଜଣେ ଦିବ୍ୟାଙ୍ଗ ହେଲେ ମଧ୍ୟର ସକାଳୁ ସନ୍ଧ୍ୟା ଯାଏ ଟ୍ରଲି ଟାଣି ଦି ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରନ୍ତି, ସାଙ୍ଗରେ ରୁହନ୍ତି ତାଙ୍କ ଧର୍ମପତ୍ନୀ।
ତେବେ ନିଜର ଜମିପଟା ଖଣ୍ଡେ ନଥିବା ହେତୁ ଘର ଖଣ୍ଡେ ପାଇ ପାରୁନଥିଲେ କବି । ଏ ନେଇ ଗତ ମଇ ମାସରେ ଢେଙ୍କାନାଳ ଉପଡେଟ ରେ ଖବର ପ୍ରସାରଣ ହୋଇଥିଲା ।
ଖବର କୁ ଗୁରୁତ୍ୱ ଦେଇ ଢେଙ୍କାନାଳ ପୋୖରପାଳିକା ପକ୍ଷରୁ ତାଙ୍କର ଥଇଥାନ ନିମନ୍ତେ ହମିପଟା ଯୋଗାଇଦେବା ସହ କିଭଳି ଶୀଘ୍ର ଘର ଟିଏ ହେବ ତାହା ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।
