ଢେଙ୍କାନାଳ ଜିଲ୍ଲାର କଙ୍କଡ଼ାହାଡ଼ ବ୍ଲକ୍ ମକୁଆକାଟେଣୀ ପଞ୍ଚାୟତ କାର୍ଯ୍ୟାଳୟ ପରିସରର ବେଆଇନ ଗଛ କଟା ନେଇ ନାଏବ ସରପଞ୍ଚ ପ୍ରତିବାଦ କରିବାରୁ ବିବାଦ ସୃଷ୍ଟି ହୋଇଛି।
ନାଏବ ସରପଞ୍ଚ ଙ୍କ ସୂଚନା ଅନୁଯାୟୀ , ସ୍ଥାନୀୟ ଅଞ୍ଚଳର ଶାସକ ଦଳର କିଛି କର୍ମୀ ପଞ୍ଚାୟତ ପରିସରରେ ଥିବା ଆମ୍ବ, ବେଲ ପରି ଫଳ ବୃକ୍ଷ ଓ ୟୁକାଲିପଟାସ ପରି ବଡ଼ ବଡ଼ ଗଛକୁ ଜଙ୍ଗଲ ବିଭାଗର ବିନା ଅନୁମତିରେ କାଟିଛନ୍ତି। ମିଳିଥିବା ତଥ୍ୟ ଅନୁସାରେ ସେଠାରେ କୌଣସି ନିର୍ମାଣ କାର୍ଯ୍ୟ ହେଉଛି ଯେଉଁ କାରଣ ପାଇଁ ଗଛ କାଟିବାକୁ ପଡ଼ୁଛି। ତେବେ ବିନା ଅନୁମତିରେ ବଡ଼ ବଡ଼ ଗଛ କଟା ଯାଇଥିବା ହେତୁ ନାଏବ ସରପଞ୍ଚ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାଁନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି।

କେଉଁ କାରଣରୁ ଏତେ ବଡ଼ ବଡ଼ ଫଳନ୍ତି ଗଛ କାଟି ଦେଇଛନ୍ତି ତାହା ତଦନ୍ତ ସାପେକ୍ଷ। ସରକାର ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କରୁଥିବା ବେଳେ ଠିକାଦାରୀ ପାଇଁ ବଡ଼ ବଡ଼ ଗଛ କାଟି ସଫା କରିବା କେତେ ଦୂର ଯଥାର୍ଥ ପାଠକେ ଚିନ୍ତା କରିବା ଆବଶ୍ୟକ ବୋଲି ସାଧାରଣରେ ଚର୍ଚ୍ଚା ।
