News
lipub
samparksetu

ଜିଲ୍ଲା ରେ ପୁଣି ଥାନା ଅଧିକାରୀ ଙ୍କ ମନମାନି ; ନାବଳିକା ଅପହରଣ ଘଟଣ।ରେ ଚୁପ ପୋଲିସ୍ , ନ୍ୟାୟ ପାଇଁ ଏସପି ଙ୍କ ଦ୍ୱାରସ୍ଥ ହେଲେ ପରିବାର ଲୋକ

ନାରୀ ସୁରକ୍ଷା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ହେଲେ ଖୋଦ୍ ସୁରକ୍ଷା ଦାୟିତ୍ବ ନିର୍ବାହ କରିବା ପାଇଁ ନିଯୁକ୍ତ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଉ ନାହାଁନ୍ତି। ଯେଉଁ କାରଣ ପାଇଁ ସରକାରଙ୍କ ପ୍ରତି ଆଙ୍ଗୁଠି ନିର୍ଦ୍ଦେଶ ହେଉଛି।

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ନାଗିଆ ପଶି ଗାଁର ଜୟନ୍ତ ସାମଲ (ପିତା√ଦୁରୁଜ ସାମଲ)ଙ୍କ ଏକମାତ୍ର ଝିଅ ମାଳତୀ ସାମଲ(ଛଦ୍ମନାମ) ଗତ ୧୬/୧୦/୨୦୨୦ ତାରିଖ ରାତିରୁ ନିଖୋଜ ଅଛନ୍ତି। ଝିଅଟି ନାବାଳିକା, ବୟସ ୧୫ ବର୍ଷ। ସେହି ଦିନ ରାତିରେ ବହୁତ ଖୋଜାଖୋଜି ପରେ ଝିଅର କୌଣସି ସନ୍ଧାନ ନମିଳିବାରୁ ଜୟନ୍ତ ରାତି ଦୁଇଟା ପାଖାପାଖି ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତଦନ୍ତକାରୀ ଥାନା ଅଧିକାରୀ ଏହା ପ୍ରେମ ଜନିତ ଘଟଣା ସନ୍ଦେହ କରି ଖୋଜିବା ପରିବର୍ତ୍ତେ ଚୁପଚାପ୍ ରହିଗଲେ।

ରାତିରେ ଝିଅର କୌଣସି ସନ୍ଧାନ ନପାଇ ନିରାଶ ହୋଇ ଘରକୁ ଫେରିଥିଲେ। ତାପର ଦିନ ଗାଁର ଲୋକଙ୍କ ଠାରୁ ଝିଅକୁ କିଛି ଲୋକ ଏକ କାରରେ ଅପହରଣ କରି ନେଇଥିବା ଜାଣି ପାରି ପୁନର୍ବାର ଥାନା ଅଧିକାରୀଙ୍କୁ ଜଣାଇଥିଲେ। ତାଙ୍କ ଝିଅ ନାବାଳିକା ହୋଇଥିଲେ ମଧ୍ୟ ପୋଲିସ ଆସାମୀମାନଙ୍କୁ ଧରିବାରେ କୌଣସି ତତ୍ପରତା ପ୍ରକାଶ ନକରିବାରୁ ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଦ୍ବାରସ୍ଥ ହୋଇଛନ୍ତି। ଆଜକୁ ୫ ଦିନ ହେଲା ମାଳତୀ ନିଖୋଜ ଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବୋଲି ଜୟନ୍ତ ଭାରି ମନରେ ଆମକୁ ଜଣାଇଛନ୍ତି। ଗୋଟିଏ ବୋଲି ଝିଅର ଚିନ୍ତାରେ ପାଞ୍ଚ ଦିନ ହେଲା ଘରେ ଚୁଲି ଜଳୁ ନାହିଁ ।

new life
You might also like
error: Content is protected !!