News
lipub
samparksetu

ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି

ଢେଙ୍କାନାଳ ବାଜିଚୌକ ସ୍ଥିତ ବାପୁଜୀ ସ୍କୁଲ ଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଫୋରମର ଉପସଭାପତି ପଙ୍କଜ ନାୟକଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଜିଲ୍ଲା ଓକିଲ ସଙ୍ଘ ସଭାପତି ଆଇନଜୀଵୀ ଦୀପକ ପ୍ରସାଦ ପଟ୍ଟନାୟକ ଯୋଗଦେଇ ବାପୁଙ୍କର ୩ ମାଙ୍କଡ଼ କଥା ଉଦାହରଣ ଦେଇ ଆଜିର ସମାଜ ପୂଜ୍ୟ ପୂଜା ଓ ଅନ୍ୟ ମାନଙ୍କ ପାଇଁ ଉତ୍ସର୍ଗୀକୃତ ହେବା ଉଚିତ ।

ଆଜିର ଯୁବ ସମାଜ ତ୍ୟାଗ, ତପସ୍ୟା ଓ ବଳିଦାନ ସହିତ ସତ କହି ଶିଖିବା ଆବଶ୍ୟକ । ଫୋରମର ସମ୍ପାଦକ ଭରତ ଦାସ ଯୋଗଦେଇ କହିଥିଲେ ଅହିଂସା ଓ ସତ୍ୟର ମାର୍ଗକୁ ଆପଣେଇ ଆମ ଫୋରମ ବିଭିନ୍ନ ସେବା କାର୍ଯ୍ୟ ସହିତ ରଚନାତ୍ମକ ଓ ଗଠନ ମୂଳକ କାର୍ଯ୍ୟ କରୁଅଛି ।

ଉକ୍ତ କାର୍ଯ୍ୟକ୍ରମରେ ସିଆରସିସି ପ୍ରଭାତୀ ବେହେରା, ଶିକ୍ଷୟିତ୍ରୀ ନିର୍ମଳା ଆଚାର୍ଯ୍ୟ, ଫୋରମର ମହିଳା ଶାଖା ସଭାନେତ୍ରୀ ପ୍ରଭାତୀ ମହାପାତ୍ର, ଇଂ ଦେବବ୍ରତ ଭଟ୍ଟ, କୈଳାଶ ନାଏକ ପ୍ରମୁଖ ମହାତ୍ମା ଗାନ୍ଧୀଙ୍କ ସ୍ମୃତି ଚାରଣ କରିଥିବା ବେଳେ ଦୟାନିଧି ବେହେରା, ଅଜୟ ଶଙ୍କର ମିଶ୍ର, ଅମ୍ବିକା ମିଶ୍ର, ରଞ୍ଜିତ ପାଣିଗ୍ରାହୀ, ରୁଦ୍ର ମହାପାତ୍ର, ବନଜା ମାନସିଂହ, ଶିଳ୍ପୀଶ୍ରୀ ହରିଚନ୍ଦନ, ରୁନୁପ୍ରଭା ସାହୁ, ସୁଚିତ୍ରା ସିଂହ, ଶିକ୍ଷୟିତ୍ରୀ ଅନୁକମ୍ପା ମିଶ୍ର, କଲ୍ୟାଣୀ ସାହୁ, ସନ୍ଧ୍ୟାରାଣୀ ମିଶ୍ର, ରଶ୍ମିରେଖା ପଣ୍ଡା, ସ୍କୁଲ ପରିଚାଳନା କମିଟି ସଭାପତି ଦେବେନ୍ଦ୍ର ସିଂହ ପ୍ରମୁଖ ଉପସ୍ଥିତ ରହି ସ୍କୁଲ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସହିତ ଅନ୍ୟ ମହାପୁରୁଷ ମାନଙ୍କୁ ପୁଷ୍ପମାଲ୍ୟ ଓ ଧୂପ ଦ୍ୱିପ ଅର୍ପଣ କରିଥିଲେ । ଶେଷରେ ଫୋରମର ଯୁଗ୍ମ ସମ୍ପାଦକ ତଥା ଆଇନଜୀବୀ ଗୁପ୍ତେଶ୍ୱର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

new life
You might also like
error: Content is protected !!