News
lipub
samparksetu

କୂଅ ଭିତରୁ କାଳିଆ ର ମୃତଦେହ ଉଦ୍ଧାର ; ଗତକାଲି ଠାରୁ ଥିଲେ ନିଖୋଜ

ଗତକାଲି ସଂନ୍ଧ୍ୟାରେ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଖଙ୍କିରା ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଚନ୍ଦନ ସାହୁଙ୍କ ୩ ବର୍ଷର ପୁଅ କାଳିଆ ନିଖୋଜ ହୋଇଯାଇଥିଲା। ବହୁ ଖୋଜାଖୋଜି ପରେ ପରିବାର ଲୋକେ କାଳିଆର ଖୋଜ ଖବର ପାଇ ନ ଥିଲେ।ପରେ ପରିବାର ଲୋକେ ଥାନା ରେ ଏକ ଏତଲା ଦେଇଥିଲେ ।

ତେବେ ନିଖୋଜ ହେବାର ୧୨ ଘଣ୍ଟା ପରେ ଆଜି ସକାଳୁ ଏକ କୂଅରୁ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର କରାଯାଇଛି। ତା’ ମୁଣ୍ଡରେ ଆଘାତ ଲାଗିଥିବା ସୂଚନା ମିଳିଛି। ଶିଶୁଟିକୁ କେହି ହତ୍ୟା କରି କୂଅ ଭିତରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଉକ୍ତ କୂଅ ନିକଟକୁ କିପରି କାଳିଆ ଗଲା। କିଏ ତାକୁ ମାରି ଫିଙ୍ଗି ଦେଇଛି ନା ସେ ନିଜେ କୂଅରେ ପଡ଼ି ଯାଇଥିଲା, ତାହା ସ୍ପଷ୍ଟ ହୋଇପାରିନି। ଘଟଣା ସ୍ଥଳରେ ପୋଲିସ୍ ପହଁଚି ତଦନ୍ତ ଚଳାଇଛି ।

new life
You might also like
error: Content is protected !!