News
lipub
samparksetu

ଆମର ପ୍ରଭାବ ; ଖବର ପ୍ରସାରଣ ପରେ ୩୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପଞ୍ଚାୟତ କାର୍ଯ୍ୟାଳୟ ର ହେଲା ପୁନଃଉଦ୍ଧାର

ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ପଞ୍ଚାୟତ ଗୃହ ନିର୍ମାଣ କରାଯାଉଛି କିନ୍ତୁ ଏହା କାମରେ ଆସୁ ନାହିଁ। କାମାକ୍ଷାନଗର ଅଁଳାବେରେଣୀ ପଞ୍ଚାୟତର ଗୃହ ବିଷୟରେ ଆମେ ଗତ ଏପ୍ରିଲ ୨୯ ତାରିଖରେ ପ୍ରକାଶ କରିଥିଲୁ।

ପୂର୍ବରୁ ପ୍ରସାରିତ ଖବର

ସୁଚନା ଫଳକ ଦେଖିଲେ ଲାଗୁଥିଲା ଘରଟି ନିର୍ମାଣ ଶେଷ ହୋଇଛି ଯାହା ବାସ୍ତବରେ ହୋଇ ନଥିଲା। ଫଳକର ସୁଚନା ଅନୁଯାୟୀ ମାର୍ଚ୍ଚ ମାସ ୨୦୧୮ ମସିହାରେ ମନରେଗା ଯୋଜନାରେ ୩୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପଞ୍ଚାୟତ ଗୃହ ନିର୍ମାଣ ଆରମ୍ଭ ହୋଇ ସେହି ବର୍ଷ ଅଗଷ୍ଟ ୩୧ ତାରିଖରେ ଶେଷ ହୋଇଥିଲା। କିନ୍ତୁ କାର୍ଯ୍ୟାଲୟ ଟି ସେହି ବର୍ଷ ଠାରୁ ଭୁତ କୋଠି ହୋଇ ପଡି ରହିଥିଲା ।ପଞ୍ଚାୟତ କାର୍ଯ୍ୟାଳୟ ଅଁଳାବେରେଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଚାଲୁଥିଲା ।

ତେବେ ଖବର ପ୍ରସାରଣର ଚାରି ଦିନ ପରେ ବାକିଥିବା କାମ ଆରମ୍ଭ କରି କାର୍ଯ୍ୟାଳୟଟିକୁ ପୁନଃଉଦ୍ଧାର କରାଯାଇଛି । ଏବେ କାମ ସମ୍ପୂର୍ଣ୍ଣ ହେବାକୁ ବସିଛି ପାଚରୀ କାମ ମଧ୍ୟ ସରିଛି । ଦେଖିବାକୁ ବାକି ରହିଲା କେଉଁଦିନ ପଞ୍ଚାୟତର କାର୍ଯ୍ୟାଳୟ ତାର ସ୍ଥାୟୀ ଠିକଣାକୁ ସ୍ଥାନାନ୍ତରିତ ହେଉଛି।

new life
You might also like
error: Content is protected !!