ଢେଙ୍କାନାଳ-କାମାକ୍ଷାନଗର ରାସ୍ତାର ଗେଙ୍ଗୁଟିଆ ରେଲୱେ ଓଭରବ୍ରିଜ ଉପରେ ଲାଗିଥିବା ଲାଇଟ୍ ଗୁଡିକ କିଛିଦିନ ହେବ ଜଳୁ ନଥିବାର ଖବର ଆମେ ଗତ ଅଗଷ୍ଟ ୧୦ ତାରିଖ ରେ ଢେଙ୍କାନାଳ ଉପଡେଟ ରେ ପ୍ରସାରଣ କରିବା ସହ ବିଭାଗୀୟ ଅଧିକାରୀ ଙ୍କୁ ଜଣାଇଥିଲୁ ।

ତେବେ ଖବର ପ୍ରସାରଣ ପରେ ଲାଇଟ୍ ସଂଯୋଗ କରାଯାଇ ଆଲୋକିତ ହୋଇଛି ଓଭରବ୍ରିଜ ।
ସୂଚନା ଯୋଗ୍ୟ ଯେ , ଗତ ବିଧାନସଭା ନିର୍ବାଚନ ଅବ୍ୟବହିତ ପୂର୍ବରୁ ୨୪ ଫେବୃଆରୀ ୨୦୧୯ ରେ ଜିଲ୍ଲାସ୍ତରୀୟ କାଳିଆ ସମାବେଶରେ ମୁଖ୍ୟମନ୍ତ୍ରୀ ଯୋଗଦେବାକୁ ଆସିଥିବାବେଳେ ହିନ୍ଦୋଳ ଠାରେ ଆୟୋଜିତ ସଭାରେ ଗେଙ୍ଗୁଟିଆ ରେଲୱେ ଓଭରବ୍ରିଜ ଉପରେ ପୂର୍ତ୍ତ ବିଭାଗ ପ୍ରଦତ୍ତ ଲାଇଟ୍ କୁ ଲୋକାର୍ପିତ କରିଥିଲେ।
