ପରିଣତ ବୟସରେ ଦେହରେ ଶକ୍ତି ନାହିଁ, ଏପଟେ ଭୁତାଣୁର ଭୟ ସେପଟେ ପେଟର ଭୋକ ଏହି ଦୃଶ୍ୟ ଦେଖିଲେ ଆଖିରୁ ଲୁହ ଖସିପଡୁଛି ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା ଢ଼େଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଳକ କରଗୋଳା ଗାଁ କୁଣ୍ଡିସାହିରେ ବାସ କରୁଥିବା ଆଦିବାସୀ ଭୂଇଁଆ ସଂପ୍ରଦାୟର ଜାହାଜ ଦେହୁରୀ(୮୨), ସ୍ୱାମୀ ପ୍ରାୟ କୋଡିଏ ବର୍ଷ ହେଲା ଆରପାରିରେ ,ପୁଅ ଦାଦନ ଖଟିବାକୁ ବାହାରକୁ ଯାଇଛନ୍ତି ।

ତିନି ନାତୀ ପ୍ରକାଶ ଦେହୁରୀ(୧୦),ଆକାଶ ଦେହୁରୀ(୯),ବିକାଶ ଦେହୁରୀ(୭) ଙ୍କୁ ଧରି ଭଙ୍ଗା ଦଦରା ଘରେ ରୁହନ୍ତି ଜାହାଜ ଦେହୁରୀ I ସରକାରୀ ସହାୟତା କହିଲେ ମାସିକ ୫୦୦ ଟଙ୍କା ଭତ୍ତା, ଏତିକିରେ ତିନୋଟି ନାତୀ ଏବଂ ବହୁ ଭଙ୍ଗା ଘରେ ପଡି ରହିଛନ୍ତି ଜାହାଜ । ତେବେ ଏନେଇ ଆମେ ଗତ ଅଗଷ୍ଟ ୨୮ ରେ ଖବର ପ୍ରସାରଣ କରି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆଗୋଚର କରିଥିଲୁ ।
ତେବେ ଖବର ପ୍ରସାରଣ ପରେ ଅନେକ ସଙ୍ଗଠନ ସାହାଯ୍ୟ ର ହାତ ବଢ଼ାଇବା ପରେ ଜାହାଜ ଦେହୁରୀ ପରିବାର ପାଖରେ ପହଞ୍ଚିଲା ସରକାରୀ ସହାୟତା । କଙ୍କଡ଼ାହାଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ସାହୁ, ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ନେଇ ଦେବା ସହ କିପରି ଘରଟି ଯଥାସିଘ୍ର ମରାମତି ହେଇପାରିବ ଏନେଇ ଆଲୋଚନା କରିଥିଲେ। ଏବଂ ଆଗକୁ ଘର ଟିଏ ଯୋଗାଇ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ।
