ନାମ ସୁରେଖା ସାହୁ, ବୟସ ୬୦ ରୁ ଅଧିକ ବ୍ଲଡ଼ ପ୍ରେସର୍, ଡାଇବେଟିସ, ଇସନଫୁଲିଆ ଭଳି ରୋଗରେ ପୀଡ଼ିତା। ମାସକୁ ୨୦୦୦ରୁ ଅଧିକ ଟଙ୍କା ର ମେଡିସିନ ଖାଉଛନ୍ତି।
ଘର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କନ୍ତିଓକାଟେଣୀ ପଞ୍ଚାୟତ ଜୁଲଙ୍ଗ ଗାଁ। ବାର୍ଦ୍ଧକ୍ୟ ଭତ୍ତା ପାଇଁ ବିଡ଼ିଓ ଓ ସ୍ଥାନୀୟ ସରପଞ୍ଚଙ୍କୁ ଦରଖାସ୍ତ ଦେଇ ଦେଇ ଥକି ଗଲେଣି ,ହେଲେ ଆଜି ପର୍ଯ୍ୟନ୍ତ ଭତ୍ତା ମିଳି ନାହିଁ। ରୋଗ ଦିନକୁ ଦିନ ତାଙ୍କୁ ଦୁର୍ବଳ କରି ଦେଉଛି।
ଅର୍ଥ ଅଭାବରୁ ଅନେକ ସମୟରେ ଔଷଧ ମଧ୍ୟ ଆଣି ପାରୁ ନାହାଁନ୍ତି। ପ୍ରଶାସନ ପକ୍ଷରୁ ମହିଳାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଯୋଗାଇ ଦେଲେ ସେ ଉପକୃତ ହୋଇ ପାରିବେ ବୋଲି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।
