ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ନେଉଳପୋଇ ଗ୍ରାମ ର ଦମ୍ପତି ଙ୍କୁ ଘରେ ପଶି ଯୋରନ୍ଦା ଫାଣ୍ଡି ଅଧିକାରୀ ଶିବରଂଜନ ମାଡ଼ ମାରିବା ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏସ୍ ପି ଅନୁପମା ଜେମସ୍
ସୂଚନା ଯୋଗ୍ୟ କି, ନେଉଳପୋଇ ଗ୍ରାମର ଅଞ୍ଜଳି ଗଡ଼ନାୟକ(୨୬) ସ୍ୱାମୀ – ରୁକୁନୁ ଗଡ଼ନାୟକ ଙ୍କ ଘରେ ବୁଧବାର ରାତିରେ ଫାଣ୍ଡି ଅଧିକାରୀ ରାତି ପ୍ରାୟ ୧୧ ଟା ସମୟରେ ଘର କବାଟ ବାଡେଇ ଘର ଭିତରେ ପଶି ଉଭୟ ସ୍ୱାମୀ -ସ୍ତ୍ରୀ ଙ୍କୁ ମାଡ଼ ମାରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାନସିକ ନିର୍ଯ୍ୟାତନା ଦେବାର ଅଭିଯୋଗ ଆଣିଛନ୍ତି ଦମ୍ପତି ।
ସେ ଏବେ ଭୟବିତ ଅଛନ୍ତି ତାଙ୍କ ପରିବାର କୁ ସୁରକ୍ଷା ଏବଂ ନ୍ୟାୟ ମିଳିବା ଆଶା ରେ ଉକ୍ତ ଦମ୍ପତି ଆଜି ଫାଣ୍ଡି ଅଧିକାରୀ ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଏସ୍ ପି ଙ୍କ ସହ ଜିଲ୍ଲାପାଳ ଏବଂ ମାନବାଧିକାର କମିଶନ ଙ୍କୁ ଲିଖିତ ଅଭିଯୋଗ କରିଥିଲେ ।
ତେବେ ଏ ନେଇ ଗଁଦିଆ ଥାନା ଅଧିକାରୀ ଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏସପି । ଘଟଣା ସମ୍ପର୍କରେ ଯାଞ୍ଚ ଚାଲିଛି , ତଦନ୍ତ ରିପୋର୍ଟ ଏସପି ଙ୍କୁ ପ୍ରଦାନ କରାଯିବ ବୋଲି କହିଛନ୍ତି ଗଁଦିଆ ଥାନା ଅଧିକାରିଣୀ ନିର୍ମଳା ଗୋଚ୍ଛାୟତ ।
