ଢେଙ୍କାନାଳ ଜିଲ୍ଲାର ରାସୋଳ ଥାନା ଅଁଳାବେଡା ଗ୍ରାମରେ ରାସ୍ତା କାମ ଓ ଗଛ କଟା କୁ ନେଇ ତୁମୁଳକାଣ୍ଡ । ଦୁଇ ଗୋଷ୍ଠି ମଧ୍ୟରେ ଠେଙ୍ଗା ଓ ଭୁଜାଲି ରେ ଆକ୍ରମଣ । ଫଳରେ ଉଭୟ ପକ୍ଷରୁ ତିନିଜଣ ଆହତ ହୋଇଛନ୍ତି ।
ସୂଚନାଯୋଗ୍ୟ କି , ଅଁଳାବେଡା ଗ୍ରାମରେ ଏକ ରାସ୍ତା କାମ ଚାଲୁଥିବା ବେଳେ ସେଠାରୁ କିଛି ଗଛ କାଟି ଦେଇଥିଲେ ଠିକାଦାର । ଫଳରେ ଦୁଇଗୋଷ୍ଠି ମଧ୍ୟରେ ମାଡପିଟ ହୋଇଥିଲା । ଗୋଟିଏ ଗୋଷ୍ଠିର ଜଣେ ମହିଳା ସୁଚିତ୍ରା ବିଶ୍ବାଳ ଆହତ ହୋଇଥିବା ବେଳେ ଅନ୍ୟ ଗୋଷ୍ଠି ର ଦୁଇଜଣ ବୃଦ୍ଧ ମୁଳିଆ ବିଶ୍ବାଳ ଓ କୈବଲ୍ୟ ବିଶ୍ବାଳ ଆହତ ହୋଇଛନ୍ତି।
ଉଭୟ ପକ୍ଷରୁ ରାସୋଳ ଥାନାରେ ଅଭିଯୋଗ ହେବାପରେ ପୋଲିସ୍ ତଦନ୍ତ ଆରମ୍ଭ କର ଦୁଇଟି କେସ୍ ଯଥାକ୍ରମେ ୧୮୩ ଓ ୧୮୪ ନମ୍ବର ରେ ମାମଲା ରୁଜୁ କରି ଉଭୟ ପକ୍ଷରୁ ୩ ଜଣ ଙ୍କୁ ନିରଞ୍ଜନ ବିଶ୍ବାଳ , ସଞ୍ଜୟ ବିଶ୍ବାଳ ଓ ହୃଦା ବିଶ୍ବାଳ ଙ୍କୁ ପୋଲିସ୍ ଗିରଫ କରିଛି ।
