ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ପୁରୁଣା କଟକ ସମ୍ବଲପୁର ରାସ୍ତାର ପଶ୍ଚିମେଶ୍ୱର ମନ୍ଦିର ନିକଟରେ ଗତକାଲି ଅଜଣା ଗାଡି ଧକ୍କା ରେ ଜଣେ ନାବାଳକ ର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ତିଗିରିଆ ର ତୁଷାର ରଞ୍ଜନ ମଲ୍ଲିକ (୧୫) ।
ସୂଚନା ଅନୁଯାୟୀ ତୁଷାର ନିଜ ସାଇକେଲ ଯୋଗେ ପଶ୍ଚିମେଶ୍ୱର ମନ୍ଦିର ଆଡୁ ନିଜ ଘରକୁ ଫେରୁଥିବା ସମୟରେ ଭାଡ଼ାଛକ ନିକଟରେ ଏକ ଟ୍ରକ ଧକ୍କା ଦେଇ ଚାଲିଯାଇଥିଲା । ପରେ ସ୍ଥାନୀୟ ଲୋକଙ୍କ ସହାୟତା ରେ ତାଙ୍କୁ ଗୁରୁତର ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
