News
lipub
samparksetu

ଅଚଳ ହୋଇ ପଡିଛି ସୋଲାର ଚାଳିତ ପାନୀୟ ଜଳ ପ୍ରକଳ୍ପ

ପାଣି ଟାଙ୍କିର ମରାମତି ଅଭାବରୁ ଷାଠିଏ ପରିବାର ପାଇଁ ପାନୀୟ ଜଳ ସମସ୍ୟା ମୁଣ୍ଡ ଟେକିଛି। ଭୁବନ ବ୍ଲକ ଅନ୍ତର୍ଗତ ବାରୁଆଁ(ବି) ଗ୍ରାମର କାଇଁସିରି ସୋଲାର ଚାଳିତ ପାନୀୟ ଜଳ ପ୍ରକଳ୍ପ ଉପରେ ଷାଠିଏ ପରିବାର ପାନୀୟ ଜଳ ପାଇଁ ନିର୍ଭରଶୀଳ। ବହୁତ ଥର ଅଚଳ ହୋଇ ଦୀର୍ଘ ଦିନ ପର୍ଯ୍ୟନ୍ତ ପଡ଼ି ରହୁଛି। ସ୍ଥାନୀୟ ଯୁବକ ମାନେ ଟଙ୍କା ଆଦାୟ କରି ଥରେ ଦୁଇ ଥର ମରାମତି କରିଥିଲେ।

ବର୍ତ୍ତମାନ ଏହି ପ୍ରକଳ୍ପଟି ଅଚଳ ହୋଇ ପଡିଛି। ଏହାର ମରାମତି କାର୍ଯ୍ୟ ପାଇଁ ବ୍ଲକ ପ୍ରଶାସନକୁ ଜଣାଇଥିଲେ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ତଥାପି ବହୁତ ଦିନ ହେଲାଣି ମରାମତି କାର୍ଯ୍ୟ ହୋଇନାହିଁ। ଯେଉଁ କାରଣ ପାଇଁ ଲୋକ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଏହାର ମରାମତି ତୁରନ୍ତ କରାଗଲେ ଏହି ସାହିର ଲୋକମାନେ ଉପକୃତ ହୋଇପାରିବେ।

new life
You might also like
error: Content is protected !!