News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଚିକିତ୍ସାଳରେ ଅବହେଳା:ଶିଶୁ ମୃତ୍ୟୁକୁ ନେଇ ଅଭିଯୋଗ କଲେ ପରିବାର

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଡାକ୍ତରଙ୍କ ଅବହେଳା ଯୋଗୁ ଜନ୍ମ ପୂର୍ବରୁ ଜଣେ ଶିଶୁ ମୃତ୍ୟ ବରଣ କରିବାକୁ ନେଇ ପରିବାର ବର୍ଗ ସିଡିଏମଓଙ୍କ ନିକଟରେ ଅଭିଯୋଗ କରିଥିବାର ଜଣାପଡିଛି ।

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତୀ ବିଭାଗ ସର୍ବଦା ଚର୍ଚ୍ଚାରେ ରହିଆସୁଥିବା ବେଳେ ପୁଣିଥରେ ଡାକ୍ତରଙ୍କ ଅବହେଳାକୁ ନେଇ ପ୍ରଶ୍ନ ଉଠିଛି । ବିଧବାର ଦିନ ସଦରଥାନା ଚାଉଳିଆ ଖମାର ଗ୍ରାମର ଦିପକ କୁମାର ଦାସଙ୍କ ସନ୍ତାନ ଜନ୍ମ ପାଇଁ ପରିବାର ବର୍ଗ ସ୍ୱାଗତିକା ମାଟିଆ(୧୯)ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଭର୍ତ୍ତି କରିଥିଲେ ।ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ସମୟ ହୋଇନଥିବାରୁ ଅପେକ୍ଷା କରିବ।କୁ କହିଥିଲେ । ଡାକ୍ତରଖାନାର ବିଭାଗ ଦାୟୀତ୍ୱରେ ଥିବା ସ୍ତ୍ରୀ ଓ ପ୍ରସୂତୀ
ବିଭାଗର ଡାକ୍ତର ଭାଗବତ ମାଝୀ ତାଙ୍କୁ ପରୀକ୍ଷା କରିବା ସହିତ ଡେଲିଭରି ସମୟ ହୋଇନାହିଁ।ଶିଶୁ ଭଲ ଅଛି ବୋଲି କହିବା ସହିତ କୌଣସି ଚିକିତ୍ସା ନକରି ରାତି ଦଶଟା ସମୟରେ ନିଜର ଡ୍ୟୁଟି ସାରି ଚାଲିଯାଥିଲେ ।ପରେ ରାତି ଡ୍ୟୁଟିରେ ଆସିଥିବା ମହିଳା ଡାକ୍ତର ଜଣକ ସମାନ ଭାବରେ ସନ୍ତାନ ଜନ୍ମର ସମୟ ହୋଇନଥିବା ଚିକିତ୍ସା କରିନଥିଲେ ।

ରାତିରେ ବାରମ୍ବାର ଡାକ୍ତରଙ୍କୁ କହିବା ପରେ ମଧ୍ୟ କେହି ଶୁଣି ନଥିଲେ । ମହିଳାଙ୍କ ଅବସ୍ଥା ସକାଳୁ ଗୁରୁତର ହେବାରୁ ପରିବାର ବର୍ଗ ଏକ ଘରୋଇ କ୍ଲିନିକରେ ଅଲଟ୍ରାସାଉଣ୍ଡ କରିବା ପରେ ଶିଶୁଟି ପେଟ ଭିତରେ ମରିଯାଇଥିବାର ଜଣାପଡିଥିଲା । ଏହାକୁ ନେଇ ପରିବାର ବର୍ଗ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ସିଡିଏମଓ ଏକ କମିଟି କରି ଘଟଣାର ତଦନ୍ତ କରିବ।କୁ ନିର୍ଦ୍ଦେଶ ଦେଇଥିବା ବେଳେ ତ୍ରୁଟି ଜଣାପଡିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ।

new life
You might also like
error: Content is protected !!