News
WhatsApp Image 2023-10-04 at 17.25.00
samparksetu

ଟାଟା ପାୱାରର ସ୍ମାର୍ଟ ମିଟର ବିରୁଦ୍ଧରେ ଆନ୍ଦୋଳନ

ବିଜୁଳି ଯୋଗାଇବା ଆଳରେ ଟାଟା ପାୱାର ସାଧାରଣ ଲୋକ ମାନଙ୍କୁ ଶୋଷଣ କରିଚାଲିଛି l ଗତ ନିର୍ବାଚନ ସମୟରେ ବିଜେପିର ଟୁଙ୍ଗ ନେତାମାନେ ଖୋଲା ମଞ୍ଚରେ ୩୦୦ ୟୁନିଟ ବିଜୁଳି ମାଗଣା ଦେବାକୁ କହି ବର୍ତ୍ତମାନ ଏଥିରୁ ଓହରି ଯାଉଛନ୍ତି । ୩୦୦ ୟୁନିଟ ବିଜୁଳି ମାଗଣା ଦେବା ଦୂରର କଥା ଏବେ ଉପଭୋକ୍ତାଙ୍କ ଉପରେ ସ୍ମାର୍ଟ ମିଟର ନାଁ ରେ ଅତିରିକ୍ତ ବୋଝ ଲଦି ଦେବାକୁ ମସୁଧା ଚଲାଇଛି। ପ୍ରାଥମିକ ପର୍ଯ୍ୟାୟରେ କମର୍ସିଆଲ ଉପଭୋକ୍ତାମାନଙ୍କ ମିଟର ପରିବର୍ତ୍ତନ କରାଯାଇ ସେମାନଙ୍କର ସ୍ମାର୍ଟ ମିଟର ଲଗାଯାଇ ପ୍ରତ୍ୟେକ ଉପଭୋକ୍ତାଙ୍କ ଠାରୁ ୭୦୦୦ ଟଙ୍କା କମ୍ପାନୀ ନେବ ।

ପୂର୍ବରୁ ପୁରୁଣା ମିଟର ବାବଦକୁ କମ୍ପାନୀ ଉପଭୋକ୍ତାଙ୍କୁ ଠାରୁ ସେକୁରିଟି ଟଙ୍କା ନେଇ ସାରିଥିବା ବେଳେ ପୁଣି ନୂଆ ସ୍ମାର୍ଟ ମିଟର ପାଇଁ ଆଉ ଥରେ ୭,୦୦୦ ଟଙ୍କା ଆଦାୟ କରିବା ଉପଭୋକ୍ତାଙ୍କୁ ଶୋଷଣ ନୁହେଁ କି? ମୋବାଇଲ ଫୋନରେ ପଇସା ସରିଲେ ଆଉ କଥା ହୋଇପାରିବ ନାହିଁ, ଏହାକୁ ଅପେକ୍ଷା କରିହେବ l ମାତ୍ର ଆପଣଙ୍କ ଘରେ ରୋଗୀ, ବୃଦ୍ଧ ବୃଦ୍ଧl, ପିଲାମାନେ ପାଠ ପଢ଼ୁଥାନ୍ତୁ, ବା ଚାଷୀଟିଏ ମୋଟର ଚଳାଇ ବିଲରେ ଚାଷ କାମ କରୁଥାଉ, ମିଟରରୁ ପଇସା ସରିଲେ ଆପେ ପାୱାର କଟ ହୋଇଯିବ l ସେହିପରି ଖରା ହେଉଥାଉ ବା ରାତ୍ରି ୨ ଟା ବାଜିଥାଉ, ଦରମା ମିଳିଥାଉ ବା ବା ନମିଳୁ ମୁଲ ମଜୁରୀ ମିଲଥାଉ ବା ନମିଳୁ କିନ୍ତୁ ପାୱାର କଟ ହେବା ସୁନିଶ୍ଚିତ l

ଏପରି ଦୁର୍ଦ୍ଦଶାକୁ କଳ୍ପନା କରିବା କଷ୍ଟଦାୟକ l ଓଡ଼ିଶା ବିଜୁଳି ଉତ୍ପାଦନରେ ଗୋଟିଏ ବଳକା ରାଜ୍ଯ ହୋଇଥିବା ବେଳେ ବଳକା ବିଜୁଳି ଅନ୍ଯ ରାଜ୍ୟରେ ବିକ୍ରି କରୁଛନ୍ତି ଅଥଚ ଓଡ଼ିଶାର ଲୋକମାନଙ୍କୁ ଆଜି ପର୍ଯ୍ୟନ୍ତ ଉଚିତ୍ ମାନ ଓ ସେବା ଦେଇ ପାରୁ ନାହିଁ। ପରିବର୍ତ୍ତେ ଓଡ଼ିଶାବାସୀ ଧୂଳି ଧୂଆଁ ଖାଇବା ସହିତ ବାୟୁ ପ୍ରଦୂଷଣର ଶିକାର ହୋଇ ରୋଗାକ୍ରାନ୍ତ ହେଉଛନ୍ତି l ଦିଲ୍ଲୀ ଓଡ଼ିଶାରୁ ବିଜୁଳି କିଣି ନେଇ ଦିଲ୍ଲୀ ବାସୀଙ୍କୁ ଯଦି ମାଗଣା ବିଜୁଳି ଯୋଗାଇ ପାରୁଛି ଓଡ଼ିଶାରେ କାହିଁକି ତାହା ସମ୍ଭବ ନୁହେଁ? ପୂର୍ବରୁ ବିଜେପିର ବରିଷ୍ଠ ନେତା ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ନିର୍ବାଚନୀ ଭାଷଣରେ କହିଥିଲେ “ଛାଡ଼ ହୋ, ମୋଦୀ ଦେବେ ୩୦୦ ୟୁନିଟ ମାଗଣା ବିଜୁଳି ” l କୁଆଡ଼େ ଗଲା ବିଜେପିର ପ୍ରତିଶୃତି? ବିଜେଡି ଓ ବର୍ତ୍ତମାନର ବିଜେପି ସରକାର ଓଡ଼ିଶାବାସୀଙ୍କୁ ପ୍ରତାରଣା କରିଛି। ଏହି ପରିପ୍ରେକ୍ଷୀରେ ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଶାଖା ସ୍ମାର୍ଟ ମିଟରକୁ ବିରୋଧ କରି ଜିଲ୍ଲାପାଳଙ୍କ ଅଫିସ ଘେରାଉ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପାଞ୍ଚ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିବ l

ନଭେମ୍ବର ୨୬ ତାରିଖ ମଙ୍ଗଳବାର ସକାଳ ୧୦ ଘଟିକା ସମୟରେ ବାଜିଚୌକ ଛକ ଠାରୁ ଏକ ପଦଯାତ୍ରା ସଚେତନ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଜିଲ୍ଲାର ସାଧାରଣ ଲୋକମାନଙ୍କୁ ବହୁ ସଂଖ୍ୟାରେ ଯୋଗ ଦେବାପାଇଁ ଜିଲ୍ଲା ସଭାପତି ପଙ୍କଜ ନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରସାଦ ପଣ୍ଡା, ମହିଳା ନେତ୍ରୀ ରଚିତା ନାଏକ ଓ ଯୁବ ସଭାପତି ଶକ୍ତିରଞ୍ଜନ ମହାପାତ୍ର ଆହ୍ବାନ କରିଛନ୍ତି ।

new life
You might also like
error: Content is protected !!