କାମକ୍ଷାନଗର ଉପଖଣ୍ଡ ପରିମାଳ ଅଂଚଳର ଅଁଳାବେରେଣୀ ଠାରେ ଆଜକୁ ପ୍ରାୟ ୪୫ ବର୍ଷ ପୂର୍ବେ ଇନ୍ଦ୍ରଜିତ ଖୁଦ୍ର ଜଳସେଚନ ପ୍ରକଳ୍ପ ଆରମ୍ଭ କରାଯାଇଥିଲା । ପ୍ରତେକ ବର୍ଷ ଇନ୍ଦ୍ରଜିତ ର ପୁନଃରୁଦ୍ଧାର ପାଇଁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଆଜି ଏହା ଜରାଜୀର୍ଣ୍ଣ ଅବସ୍ଥା ରେ ପଡ଼ିଛି ।
ସୂଚନା ଯୋଗ୍ୟ କି , ଇନ୍ଦ୍ରଜିତ କୁ ଲାଗି ଜାଳିଆ ଘାଇ ବାରମ୍ବାର ଭାଙ୍ଗିଯିବାରୁ ତଳି ଅଂଚଳର ବିଭିନ୍ନ ଗାଁ ର ଚାଷୀ କ୍ଷତିଗ୍ରସ୍ତ ହୋଇଥିଲେ । ଇନ୍ଦ୍ରଜିତ ଉପରେ ନିର୍ଭର କରୁଥିବା ୫ ଟି ପଂଚାୟତର ୩୦ ଟି ଗ୍ରାମ ମରୁଡି ଦାଉରୁ ନିଜକୁ ରକ୍ଷା କରିପାରୁନାହାନ୍ତି । ଗତ ବର୍ଷ ପ୍ରକଳ୍ପ ରେ ଲାଗିଥିବା ଲୁହା କବାଟ ଓ ଚାବି ର ଏକ ଠିକାଦାର ଦ୍ୱାରା ନବିକରଣ ହେବାର ପର ଦିନ ସମସ୍ତ କବାଟ ଚୋରି ହୋଇ ଯାଇଥିଲା ।
ଏ ସମସ୍ୟା ନଇ ୨୦୧୨ ମସିହାରୁ ବ୍ଲକ ପ୍ରଶାସନ କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ । ବ୍ଲକ ପ୍ରଶାସନ ଓ ପଂଚାୟତ ର ଚାଷୀ ଙ୍କ ପ୍ରତି ଚରମ ଉଦାସୀନତା ହେତୁ ଚାଷୀ ଉପକୃତ ହୋଇ ପାରୁନାହାନ୍ତି ।