News
WhatsApp Image 2023-10-04 at 17.25.00
samparksetu

ଦୀର୍ଘ ୨ବର୍ଷ ପରେ ନିଜ ଜନ୍ମ ମାଟିକୁ ଫେରିଲେ ଢେଙ୍କାନାଳ ପୁଅ ସବ୍ୟସାଚି

ଦୀର୍ଘ ୨ବର୍ଷ ପରେ ନିଜ ଜନ୍ମ ମାଟିକୁ ଫେରିଲେ ଢେଙ୍କାନାଳ ପୁଅ ସବ୍ୟସାଚି ନନ୍ଦ ।

ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବେଲଟିକିରି ଗ୍ରାମର ଜଣେ ଯୁବକ ସାଉଥ ଆଫ୍ରିକା ଯାଇ ଫେରି ପାରିନଥିଲେ । ପୁଅର ଫେରିବା ବାଟକୁ ଚାହିଁ ହୃଦଘାତରେ ମା ଙ୍କର ମୃତ୍ୟୁ ହେବା ସହ , ଏକମାତ୍ର ପୁଅର ଫେରିବା ବାଟକୁ ଚାହିଁ ଲୁହ ଝରାଉଥିଲେ ପୁରା ପରିବାର ।

ସୂଚନା ଅନୁଯାୟୀ , ବେଲଟିକିରି ଗ୍ରାମର ରଞ୍ଜନ କୁମାର ନନ୍ଦଙ୍କ ଏକ ମାତ୍ର ପୁତ୍ର ସବ୍ୟସାଚି ନନ୍ଦ (୨୮) ଜଣେ ବିଟେକ ଇଞ୍ଜିନୟର ଭାବେ ୩ ମାସ ପାଇଁ ସାଉଥ ଆଫ୍ରିକାର ଏକ ଘରୋଇ ସଂସ୍ଥା କୁ ପ୍ରଯୁକ୍ତିବିଦ୍ୟା ନିମନ୍ତେ ୨୦୨୦ ମସିହାରେ ଯାଇଥିଲେ ।

କୋଭିଡ଼ ହେତୁ ସେ ଘରକୁ ଫେରି ପାରିନଥିଲେ । ସେହି ସମୟରେ ଭିସା ଓ ପାସପୋର୍ଟର ଅବଧି ଶେଷ ହୋଇଯାଇଥିବାରୁ ପୁନଶ୍ଚ ସେ ଆବେଦନ କରିଥିଲେ । ତେବେ ସେ ରହୁଥିବା ଫାର୍ମ ହାଉସ ପରିସରରେ ଏକ ହତ୍ୟାକାଣ୍ଡ ମାମଲାରେ ସେଠିକାର ପୋଲିସ ସବ୍ୟସାଚୀଙ୍କ ଭିସା ପାସପୋର୍ଟ, ମୋବାଇଲ ଜବତ କରିବା ସହିତ ପ୍ରତ୍ୟେକ୍ଷଦର୍ଶି ଭାବେ ପୋଲିସର ନଜରରେ ରହିଥିଲେ ।

ପୁଅକୁ ଫେରାଇ ଆଣିବା ପାଇଁ ପରିବାର ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଆକୁଳ ନିବେଦନ କରାଯିବା ସହ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ତାଙ୍କ ଫେରିବାକୁ ନେଇ ଜିଲ୍ଳାବାସୀ ଙ୍କ ଠାରୁ ନେଇ ଓଡ଼ିଶା ଦୁତ୍ତାବାସ ପର୍ଯ୍ୟନ୍ତ ସମସ୍ତ ଙ୍କ ସହଯୋଗ କ୍ରମେ ଆଜି ସବ୍ୟସାଚି ଦିନ ୧୨.୩୦ ରେ ଭୁବନେଶ୍ୱର ବିମାନ ବନ୍ଦରରେ ଓହ୍ଲାଇ ଥିଲେ । ପରେ ନିଜ ପରିବାର ସହ ସେ ନିଜ ଜନ୍ମ ମାଟି ବେଳଟିକିରିକୁ ଆସିଛନ୍ତି ଅନ୍ୟପଟେ ପୁଅ ର ଫେରିବା ନେଇ ଖୁସି ଅଛନ୍ତି ପୁରା ପରିବାର ।

new life
You might also like
error: Content is protected !!