ଜାତୀୟ ରାଜପଥ ୫୩ରେ ଶନିବାର ଅପରାହ୍ନ ୫ଟା ବେଳେ ହୋଇଛି ଡକାୟତି। ପୋଲିସ ସୂତ୍ରରୁ ପ୍ରକାଶ ଯେ, କାମାକ୍ଷାନଗର ର ଏସ ଏନ୍ ଟ୍ରେଡର ଟ୍ରକ ସକାଳୁ ଵିରାଶାଳ ରାସ୍ତାରେ କାଳିଆପାଣି ଶନିବାର ହାଟ , କୁହିକା , ସୁକିନ୍ଦା , ଡ଼ୁବୁରୀ,ମଙ୍ଗଳପୁର ଅଞ୍ଚଳ ରେ ପାନ ମସଲା ବିକ୍ରି କରି ଭୁବନ ଥାନା ବାଉଁଶକଣ ରେ ବ୍ୟବସାୟୀ ଙ୍କୁ ପାନ ମସଲା ଦେଇ ଜାତୀୟ ରାଜପଥ ୫୩ରେ କାମାକ୍ଷାନଗର ଫେରୁଥିବା ବେଳେ ଅପରାହ୍ନ ୫ଟା ସମୟରେ ବାଉଁଶକଣ ଗ୍ରାମ ମଧ୍ୟ କୁ ଗାଡ଼ି ଟି ପଶିବାକୁ ଚେଷ୍ଟା କରିଥିଲା ।
ଗେଟ ଥିବାରୁ ଭିତର କୁ ପଶି ପାରି ନଥିଲା । ଏହି ସମୟ ରେ ଛକରେ ପୂର୍ବରୁ ଜଗି ବସିଥିବା ୩ମୁଖା ପିନ୍ଧା ଡକାୟତ ବୋମା ଫିଙ୍ଗି ଭୟବିତ କରିଥିଲେ । ଆଗ କାଚ ଟି ଭାଙ୍ଗି ଯାଇଥିଲା । ପରେ ପଛ ପଟରୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ସ୍ଥାନୀୟ ଲୋକ ଙ୍କୁ ବନ୍ଧୁକ ଦେଖାଇ ଭୟବିତ କରିଥିଲେ । ଡକାୟତ ମାନେ ଗୋଟିଏ ମଟର ସାଇକେଲ ଯୋଗେ ମୁଖା ପିନ୍ଧି ଆସିଥିବା ଜଣାଯାଇଛି । ଗାଡ଼ି ମଧ୍ୟରେ ଥିବା କିଛି ଟଙ୍କା ନେଇଯାଇଥିବା ପ୍ରାଥମିକ ତଦନ୍ତ ରୁ ଜଣାଯାଇଛି । ସୂଚନା ଯୋଗ୍ୟ କି , ଗତ ବର୍ଷ ଏହି ଗାଡ଼ିକୁ ସୁକିନ୍ଦା ଠାରେ ଅଟକ ରଖାଯାଇ ଡକାୟତି ହୋଇଥିଲା । ତେବେ ଘଟଣା ସ୍ଥଳ ରେ ପୋଲିସ ପହଞ୍ଚି ଗାଡ଼ି ରେ ଥିବା ବ୍ୟବସାୟୀ ବଳରାମ ପାଢ଼ୀ ଓ ତାଙ୍କ ଶ୍ରୀମିକ ସମେତ ୪ଜଣ ଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛନ୍ତି ।