News
lipub
samparksetu

ବୁଦ୍ଧେଶ୍ଵର ମହୋତ୍ସବରେ ଖୁଣ୍ଟରେ ବାନ୍ଧି ମାଡ଼ ଘଟଣାରେ ୪ଗିରଫ

ଭୁବନ ଥାନା ଅନ୍ତର୍ଗତ ବୁଦ୍ଧେଶ୍ଵର ମହୋତ୍ସବରେ ମୀନାବଜାର ଦୋଳି ପଡ଼ିଥିବା ଗୋପାଳପୂର ୟୁନିଟ ୧୮ ଖତିଆନ ୪୧ପ୍ଲଟ ୮୫୭ ଜମିର ମାଲିକାନା ପ୍ରଶାନ୍ତ ମଲ୍ଲିକ ଙ୍କ ଜେଜେ ନାମରେ ରହିଛି । ପ୍ରଶାନ୍ତ କିମ୍ବା ତାଙ୍କ ବାପା ଭାରତ ମଲ୍ଲିକ କୁ ନଜଣାଇ ମୀନା ବଜାର ଦୋଳି ପକାଯାଇଥିଲା । ଫଳରେ ଜମିକୁ ଜେଶିବି ଲଗାଇ ହିଡ ଭଙ୍ଗା ଯାଇଥିବା ଅଭିଯୋଗ କରିଥିଲେ ପ୍ରଶାନ୍ତ ।

ପ୍ରଶାନ୍ତ କୁମାର ମଲ୍ଲିକ ମୀନା ବଜାର ଦୋଳି ମାଲିକଙ୍କ ସହ କଥା ହେବାକୁ ନେଇ ମହୋତ୍ସବ ପରିଚାଳନା କମିଟିର ଦିପୁ ସାହୁ ଓ ରାଜା ପୃଷ୍ଟିଙ୍କ ସହ ପ୍ରଥମେ କଥା କଟା କାଟି ପରେ ମାଡପିଟ ହୋଇଥିବା ଏତଲାରୁ ଜଣାପଡିଛି । ଏନେଇ ପ୍ରଶାନ୍ତ ଓ ରାଜାଙ୍କ ଏତଲାକୁ ନେଇ ୨ଟି ମାମଲା ରୁଜୁ ହୋଇଛି । ୩୦ ତାରିଖରେ ଦିପୁ ସାହୁ ପୁଅକୁ ସ୍କୁଲ୍ ଛାଡ଼ିବା ସମୟରେ ପ୍ରଶାନ୍ତ ଙ୍କ ସମର୍ଥକ ଦିପୁ ଙ୍କୁ ଦଉଡିରେ ବାନ୍ଧି ମାଡ଼ ମାରିଥିବା ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦିପୁଙ୍କୁ ଉଦ୍ଧାର କରିଥିଲେ । ଦିପୁଙ୍କ ଏତଲା ଓ ଭାଇରାଲ ହେଉଥିବା ଭିଡ଼ିଓ କୁ ଭିତି କରି ୩ୟ କେସ ରୁଜୁ କରାଯାଇଥିଲା ।

ଭୁବନ ପୋଲିସ ଦ୍ୱାରା ଗୁରୁବାର ଦିନ ୪ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତିମାନେ ହେଲେ ସନ୍ତୋଷ ମଲ୍ଲିକ(୩୩) ଓ ତାଙ୍କ ବାପା ଭରତ ମଲ୍ଲିକ(୬୩) , ମାନସ ମଲ୍ଲିକ(୨୮) ଓ ତାଙ୍କ ବାପା ଗନ୍ଧର୍ବ ମଲ୍ଲିକ(୫୫) । ଏ ନେଇ ବେଶ ଉତେଜନା ଦେଖାଯାଇଛି । ଏନେଇ କାମାକ୍ଷାନଗର ଉପକ୍ଷଣ୍ଡ ପୋଲିସ ଅଧିକାରୀ ପ୍ରଭାତ ତ୍ରିପାଠୀଙ୍କୁ ଯୋଗାଯୋଗ କରାଯାଇଥିଲା ସେ କୁହନ୍ତି ପ୍ରଶାନ୍ତ ମଲ୍ଲିକ ଅଭିଯୋଗ ଭିତିରେ ଦୀପକ ସାହୁ( ଦିପୁ) ଓ ରାକେଶ କୁମାର ପୃଷ୍ଟି( ରାଜା) ଙ୍କୁ ୪୧ (ଖ)ଦଫାରେ ଜାମିନ ମିଳିଛି । ବୁଦ୍ଧେଶ୍ୱର ମହୋତ୍ସବ ସଂପର୍କ କୁ ନେଇ ହୋଇଥିବା ୩ଟି ମାମଲା ର ଅଧିକ ତଦନ୍ତ କରାଯାଉଛି ।

new life
You might also like
error: Content is protected !!