ଦିନ ଦ୍ୱିପ୍ରହରରେ ବାଇକ୍ ରେ ଆସିଲେ ବେକରୁ ଟାଣିନେଲେ ଦୁଇଭରିର ସୁନା ଚେନ୍ । ଏଭଳି ଅଭାବନୀୟ ଘଟଣା ଘଟିଯାଇଛି ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ତହସିଲ ଛକ ନିକଟ ହିରୋ ଶୋରୁମ୍ ସମ୍ମୁଖରେ । ସୂଚନାରୁ ଜଣାପଡ଼ିଛି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ବୋତଲଣ୍ଡା ଗ୍ରାମର ପ୍ରଦୀପ ନାୟକ ବୟସ ୪୦ ସ୍ତ୍ରୀ ସବିତା ନାୟକ ବୟସ ୩୭ ବର୍ଷ ପୁଅକୁ ନେଇ ନିଜ ଦୁଇଚକିଆ ବାଇକ୍ ଯୋଗେ ବାପ ଘର ଭୁବନ ବ୍ଲକ ଅନ୍ତର୍ଗତ ପଳାସପିଠିଆ ଗ୍ରାମକୁ ଯାତ୍ରା ଦେଖିବାକୁ ଯାଉଥିଲେ ।
ଦୁଇପ୍ରହରରେ ପ୍ରାୟ ୨:୩୦ ସମୟରେ ଭୁବନ କାଳୀବଜାର ଦେଇ ଯାଇଥିବା ପୂର୍ତ୍ତବିଭାଗ ରାସ୍ତା ଅତିକ୍ରମ କରିବା ସମୟରେ ହିରୋ ଶୋରୁମ ସମ୍ମୁଖରେ ଦୁଇଜଣ ଦୁର୍ବୃତ୍ତ ପଛପଟରୁ ଆସି ସବିତାଙ୍କ ବେକରୁ ସୁନା ଚେନ, ମଙ୍ଗଳସୂତ୍ରକୁ ଛିଣ୍ଡାଇ ନେଇଥିଲେ । ନିଜ ସୁନାଗହଣାକୁ ବଞ୍ଚାଇବାକୁ ଯାଇ ସବିତା ଗାଡିରୁ ତଳେ ପଡ଼ିଯାଇଥିଲେ ।ଯାହା ଫଳରେ ସବିତାଙ୍କ ବେକରେ ଏବଂ ତଳେ ପଡିଯିବାରୁ ଆଣ୍ଠୁରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି।ସ୍ବାମୀ ପ୍ରଦୀପ ନାୟକ ଅନେକ ଦୂର ଦୁର୍ବୃତ୍ତଙ୍କ ପିଛା କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇନଥିଲେ ।ଶେଷରେ ଏନେଇ ଭୁବନ ପୋଲିସରେ ଅଭିଯୋଗ କରିବାରୁ ଭୁବନ ପୋଲିସ ଘଟଣାସ୍ଥଳକୁ ଯାଇ ଛାନଭିନ ଆରମ୍ଭ କରିଥିବା ଦେଖିବାକୁ ମିଳିଛି ।
