News
lipub
samparksetu

ପାଣିନାଳ ଅବରୋଧକୁ ନେଇ ତାତିଲେ ଗ୍ରାମବାସୀ

ଅନାଦି କାଳରୁ ଘଳିଆରେ ପାଣି ଯାଉଥିଲା। ଏବେ ଜଣେ ମୁଷ୍ଠିମେୟ ବ୍ଯକ୍ତି ଏହି ଘଳିଆ ରାସ୍ତାକୁ ବନ୍ଦ କରିବାକୁ ଚେଷ୍ଠା କରୁଥିବା ଜଣାପଡ଼ିଛି। ଭଦଳିଆପଶି ମୌଜାର ଚାଷୀ ଓ ଗ୍ରାମବାସୀ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଘଟଣାସ୍ଥଳକୁ ଭୁବନ ତହସିଲଦାର ସୂର୍ଯ୍ୟ କୁମାର ଦାସ, ନିର୍ବାହୀ ଅଧିକାରୀ ଲୋକକଥ ବେଜ ପରିଦର୍ଶନ କରିଥିଲେ। କାର୍ଯ୍ୟବନ୍ଦ ପାଇଁ ସଂପୃକ୍ତ ବ୍ୟକ୍ତି ଙ୍କୁ କହିଥିଲେ। ବ୍ୟକ୍ତି ଜଣଙ୍କ ବନ୍ଦ ନହେବାରୁ ୭ ଦିନିଆ ନୋଟିସ ରାଜସ୍ଵ ନିରୀକ୍ଷକ ଦେଇଛନ୍ତି। ଭୁବନ ପୂର୍ତ୍ତ ବିଭାଗ ରାସ୍ତାରେ ଏହି ଘଳିଆ ପୋଲ ନିର୍ମାଣ ପାଇଁ ୩୫ଲକ୍ଷ ବ୍ୟୟ ବରାଦ ହୋଇଛି। ତେବେ ସଂପୃକ୍ତ ବ୍ୟକ୍ତି ପାଣିନାଳକୁ ବନ୍ଦ କଲେ ପୋଲନିର୍ମାଣ ଆବଶ୍ୟକ ନାହିଁ ,ପୋଲ ନିର୍ମାଣ ନିର୍ମାଣ ବନ୍ଦ କରାଯାଉ ନଚେତ ସଂପୃକ୍ତ ବ୍ୟକ୍ତି ଙ୍କ ନିର୍ମାଣ କାର୍ଯ୍ୟ ଆମେ ବନ୍ଦ କରିବୁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

ଭଦଳିଆପଶି ର ଏହି ପୋଲ ଦ୍ଵାରା ଭରତୀ ପାହାଡ ର ବର୍ଷାଜଳ ପ୍ରବାହିତ ହୋଇ ବ୍ରାହ୍ମଣୀ ନଦୀକୁ ଯାଇଥାଏ। ଏହା ବନ୍ଦ ହେଲେ ବସ୍ତି ଅଞ୍ଚଳ ଓ ଚାଷ ପାଣିରେ ବୁଡ଼ିବ ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ। ସୂଚନାଯୋଗ୍ୟ ଭୁବନ ତହସିଲ ଅନ୍ତର୍ଗତ ଭଦଳିଆପଶି ମୌଜା ର ଖାତା ନମ୍ବର 415/918 ସତ୍ୱାଧିକାରୀ ରଞ୍ଜିତା ସାହୁ ୧୪ଫେବ୍ରୁଆରି ୨୦୨୨ ରେ ମନ୍ଦିର ନିକଟସ୍ଥ ଜମି ପ୍ଲଟ ନମ୍ବର 2606/4036 କିଣିଛନ୍ତି । ଯାହାର କିସମ ହେଉଛି ଶାରଦ ଏକ। ଏଠାରେ ନିର୍ମାଣ କାର୍ଯ୍ୟ ହେଉଥିବା ବେଳେ ଭୁବନ ତହସିଲଦାର ସୂର୍ଯ୍ୟ ଶଙ୍କର ଦାସ, ନିର୍ବାହୀ ଅଧିକାରୀ ଲୋକନାଥ ବେଜ, ରାଜସ୍ଵ ନିରୀକ୍ଷକ ମାନସ ରଞ୍ଜନ ମହାନ୍ତି ଘଟଣା ସ୍ଥଳରେ ପହଂଚି ତଦନ୍ତ କରିବା ସହ କାର୍ଯ୍ୟ ବନ୍ଦ ପାଇଁ କହିଥିଲେ। ଡ୍ରିଟି ର ବିନା ଅନୁମତିରେ ନିର୍ମାଣ କାର୍ଯ୍ୟ କରାଯାଉଥିବାରୁ ଏହାକୁ ବନ୍ଦ ନିମନ୍ତେ କୁହାଯାଇଛି ବୋଲି କୁହନ୍ତି ନିର୍ବାହୀ ଅଧିକାରୀ ଲୋକନାଥ ବେଜ।

new life
You might also like
error: Content is protected !!