News
WhatsApp Image 2023-10-04 at 17.25.00
samparksetu

କଟୁରୀ ହାଣି ବାପ ପୁଅ ଗିରଫ

ଭୁବନ ଥାନା ଅନ୍ତର୍ଗତ ବିଜ୍ଞାପିତ ଅଂଚଳ ପରିଷଦର ତେଲି ସାହିର ଜିତେନ୍ଦ୍ର ପୃଷ୍ଟି ନାମକ ଯୁବକ ତାଙ୍କ ପଡୋଶୀ ରଞ୍ଜନ କୁମାର୍ ପୃଷ୍ଟିଙ୍କୁ ଏକ କଟୁରୀ ଦ୍ଵାରା ଆକ୍ରମଣ କରିଥିଲେ। ରଜନଙ୍କ ଏତଲା କ୍ରମେ ଭୁବନ ପୋଲିସ ଏକ ମକଦ୍ଦମା ରୁଜୁ କରି ଅଭିଯୁକ୍ତ ସଂପର୍କରେ ତଦନ୍ତ କରିଥିଲେ ।

ଜିତେନ୍ଦ୍ର ଏବଂ ତାଙ୍କ ବାପା ଡମ୍ବରୁଧର ପୃଷ୍ଟି ଘଟଣା ସମୟରେ ଉପସ୍ଥିତ ରହି ଆକ୍ରମଣ କରିଥିବା ବେଳେ ରଞ୍ଜନ ଜୀବନ ବିକଳରେ ପଳାଇ ଯାଇ ଡାକ୍ତରଖାନାରେ ଚିକିତ୍ସା ପରେ ଥାନା ରେ ଏତଲା ଦେଇଥିଲେ। ଥାନାଧିକାରୀ ମନସ୍ୱନି ମହାନ୍ତି ବାପ ପୁଅ ୨ଜଣ ଙ୍କୁ ଗିରଫ କରିଛି। କାମିନ ନାମଞ୍ଜୁର ହେବାରୁ କାମାକ୍ଷାନଗର ଜେଲକୁ ପଠାଇ ଦିଆଯାଇଛି ।

new life
You might also like
error: Content is protected !!