News
lipub
samparksetu

ଶିକ୍ଷକ ଅଭାବକୁ ନେଇ ବିଦ୍ୟାଳୟ ଫାଟକ ସମ୍ମୁଖରେ ତାଲା ପକାଇଲେ

ବିଦ୍ୟାଳୟ ଫାଟକ ସମ୍ମୁଖରେ ତାଲା ପକାଇଲେ ପରିଚାଳନା କମିଟି ଓ ଅବିଭାବକ। ବିଦ୍ୟାଳୟ ବାହାରେ ବସି ରହିଲେ ଛାତ୍ରଛାତ୍ରୀ। ଏପରି ଘଟଣା ଘଟିଛି ଭୁବନ ବ୍ଲକ ଅନ୍ତର୍ଗତ ମୃଦଙ୍ଗା ସରକାରୀ ଉଚ୍ଚ ବିଦ୍ୟାଳୟରେ। ଘଟଣାରୁ ପ୍ରକାଶ ବିଦ୍ୟାଳୟକୁ 5t ରେ ସଂଯୋଗ କରାଯାଇ ରୁପାନ୍ତିକରଣ କରାଯାଇଛି। ହେଲେ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ପାଇଁ ଆବଶ୍ୟକିୟ ଶିକ୍ଷକ ଅଭାବ ଥିବା ବେଳେ ଶିକ୍ଷକ ଦିପକ କୁମାର ବେହେରାଙ୍କୁ CRCC ଭାବେ ଅନ୍ୟତ୍ର ନିଯୁକ୍ତିି ଦିଆଯାଇଛି।

ଯାହାକୁ ନେଇ ଅବିଭାବକଙ୍କ ମହଲରେ ଅସନ୍ତୋଷ ଦେଖା ଦେଖାଦେବା ସହ ଫାଟକ ସମ୍ମୁଖରେ ତାଲା ପକାଯାଇଛି। ପୂର୍ବରୁ ମଧ ଏହି ବିଦ୍ୟାଳୟରୁ ୨ଜଣ ଶିକ୍ଷକ ଅନ୍ୟତ ଡେପୁସନ ବଦଳି ହୋଇଥିବା ଖବର ଅଛିା

new life
You might also like
error: Content is protected !!