News
lipub
samparksetu

ଶାସୁଘର ବିରୋଧରେ ବଧୁ ହତ୍ୟା ଅଭିଯୋଗ

ଭୁବନ ଥାନା ଅନ୍ତର୍ଗତ ଏକତାଳୀ ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ଗ୍ରାମରେ ଦୁଇବର୍ଷ ତଳେ ବିବାହ କରିଥିବା ସେହି ଗ୍ରାମର ପିନୁ ବେହେରାଙ୍କୁ ଶାଶୁଘର ଲୋକ ତକିଆରେ ଚାପି ମାରି ଦେଇଥିବା ବାପଘର ଲୋକେ ଅଭିଯୋଗ କରିଛନ୍ତି।  ଅଭିଯୋଗରୁ ପ୍ରକାଶ ଶାଶୁଘରେ କୌଣସି କାରଣକୁ ନେଇ ପିନୁଙ୍କୁ ବାରମ୍ବାର ନିର୍ଯାତନା ଦିଆଯାଉଥିଲା। ତେବେ ଆଜି ଘଟଣା ପରେ ଡାକ୍ତର ପିନୁଙ୍କୁ ମୃତ ଘୋଷଣା କରିବା ପରେ ତାର ସ୍ବାମୀ ସହଯୋଗୀଙ୍କ ସହ ଏକ ମଟରସାଇକେଲରେ ମୃତକ ମହିଳାଙ୍କୁ ନେଇ ଯାଉଥିଲେ। ତେବେ ବାପଘର ଲୋକ ଅଟକ ରଖି ପୋଲିସକୁ ଖବର ଦେବା ପରେ ପୋଲିସ ସ୍ବାମୀ ସୁଜିତ ରାଉତଙ୍କୁ ଅଟକ ରଖି ତଦନ୍ତ କରୁଛି। ସେହିପରି ମୃତକ ମହିଳାକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା ।

new life
You might also like
error: Content is protected !!