ସରକାରୀ କଲେଜ ଅଧ୍ୟାପିକା ବୋହୁକୁ ରୁଟି ପୋଡି ଯିବାରୁ ତାୱା ଚେଙ୍କ ଦେଇ ଜେଲ ଗଲେ । ଭୁବନ ଥାନା ଅନ୍ତର୍ଗତ ଲତାବିଲ ଅଂଚଳର ବିଜେପି ପୂର୍ବତନ ନଗର ସଭାପତି ଭାଗିରଥି ବେହେରା ଙ୍କ ଏକମାତ୍ର ଉଚ୍ଚ ଶିକ୍ଷିତା ଝିଅ ବୈଦିକ ରୀତିରେ ଜଗତସିଂହପୁର ଟାଉନ ରେ ବିବାହ କରିଥିଲେ ୨୦୨୨ ମସିହାରେ ବିବାହ ସମୟରେ ସାଧ୍ୟ ମତେ ଘରକରଣା ସାମଗ୍ରୀ ସହ ପାଞ୍ଚ ଭରି ସୁନା ଉପହାର ସ୍ୱରୂପ ପ୍ରଦାନ କରିଥିଲେ ଭାଗିରଥି ।
ଶାଶୁ ଜଗତସିଂହପୁର ସ୍ୱାମୀ ବିବେକାନନ୍ଦ ମହାବିଦ୍ୟାଳୟ ର ଇତିହାସ ବିଭାଗ ର ଅଧ୍ୟାପିକା ସୁପ୍ରଭା ଜେନା ଅଟନ୍ତି । ବୋହୁ ରୁଟି ସେକିବା ବେଳେ ପୋଡି ଯିବାରୁ ରୁଟି ସେକା ତାୱା ରେ ଚେଙ୍କ ଦେଇଥିଲେ , ହେମଦସ୍ତା ବାଡ଼ି କୁ ବେକ ରେ ଥୋଇ ମାରିଦେବାକୁ ଉଦ୍ୟମ ମଧ୍ୟ କରିଥିଲେ । ବୋହୁ ରଶ୍ମିତା ର ବାପା ମା ଭାଇ ଭାଉଜ ମହାରାଷ୍ଟ୍ର ର ପୁନେ ଠାରେ ରହୁଥିବାରୁ ଖବର ପାଇ ଝିଅ ଘରକୁ ଆସି ଝିଅକୁ ଘରକୁ ଆଣି ଚିକିତ୍ସା କରିବା ସହ ଭୁବନ ଥାନାରେ ଲିଖିତ ଏତଲା ଦେଇଥିଲେ । ଶନିବାର ଭୋରୁ ଭୁବନ ଥାନାଧିକାରୀଙ୍କ ନିର୍ଦ୍ଦେଶରେ ଏସ ଆଇ ବିଜନ ସେଠି ଙ୍କ ନେତୃତ୍ୱ ରେ ଜଗତସିଂହପୁର ଉଗ୍ରତାର କଲୋନୀ ରୁ ଗିରଫ କରିଥିଲେ । ଅଧ୍ୟାପିକା ଶାଶୁ ସୁପ୍ରଭା ଓ ସ୍ୱାମୀ ଖାରବେଳ ଙ୍କୁ କାମାକ୍ଷାନଗର ଜେଲକୁ ପଠାଇ ଦିଆଯାଇଛି ।