ପଶୁ ମାନବ ମଧ୍ୟରେ ଏକ ନିଆରା ପରମ୍ଫରା ସୃଷ୍ଟି କରି ଐତିହକୁ ମନେ ପକାଇବା ନିମନ୍ତେ ଭୁବନରେ ଆରମ୍ଭ ହୋଇଛି ବଳଦ ଯାତ୍ରା । ମା’ ବାଣିଜାରୀ ପୀଠରେ ଯାତ୍ରା ଉଦ୍ୟୋକ୍ତା ଥୋରିଆ ସମାଜ ପୂଜାର୍ଚନା ପରେ ଅନୁକୂଳ ଯାତ୍ରା ଆରମ୍ଭ ହୋଇଥିଲା । ଚଣ୍ଡୀ ପୀଠ, ଦଶରା ପଡିଆ, ଲୁଣ ମାପ, ପାଞ୍ଜି ପାଠ, ବନ୍ଧୁ ଗୁଆ କାର୍ଯ୍ୟ ଶେଷ କରାଯାଇ ଉପବାସ ବ୍ରତ ଶେଷ କରାଯାଇଥିଲା । କାଚରା ସମାଜ ପକ୍ଷରୁ ପୂଜ୍ୟପୂଜା ପରେ ନଗରପାଳ ଙ୍କୁ ମିଠା ଖୁଆଇ ଆରମ୍ଭ ହୋଇଥିଲା ବଳଦ ଯାତ୍ରା ।ବଳଦିଆ ବଳଦ ଶ୍ରୀ ଜଗନ୍ନାଥ ଙ୍କୁ ବିମାନ ରେ ବସାଇ ଯାତ୍ରା ଆରମ୍ଭ ହୋଇଥିଲା ।
ଏହି ଅବସରରେ ତୃପ୍ତି ପାଠାଗାର ପରିସରରେ ୨୫ବର୍ଷ ର ଦଶହରା ବଳଦ ଯାତ୍ରା ର ଫୋଟ ପ୍ରଦର୍ଶନକୁ ଉଦଘାଟନ କରିଥିଲେ ବଳଦ ଯାତ୍ରା କମିଟି ସଭାପତି ଦିଲ୍ଲୀପ ଦାସ ଓ ବିଜେଡି ସଭାପତି ନରେନ୍ଦ୍ର ସାହୁ |
ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ୨୦୧୧ ମସିହା ପ୍ରାଣୀ ବିଭାଗ ସର୍ଭେ ଅନୁଯାୟୀ ଭୁବନ ଗ୍ରାମରେ ପ୍ରାୟ ୩୦୦୦ ବଳଦ ଥିଲେ । ସେଥି ମଧ୍ୟରୁ ବଛା ବଛା ବଳଦଙ୍କୁ ଦଶହରା ବଳଦ ଯାତ୍ରାରେ ସାମିଲ କରାଯାଉ ଥିଲା । ଏବେ ମାତ୍ର ବାର ଜଣ ଚାଷୀଙ୍କର ରହିଛି ୨୬ଟି ବଳଦ । ସେହି ବଳଦ ଗୁଡିକ ମଧ୍ୟରୁ ୧୩ଟି ବଳଦ ଚଳିତ ବର୍ଷ ଯାତ୍ରାରେ ସାମିଲ ହୋଇଛନ୍ତି । ଆଉ ଅବଶିଷ୍ଟ ଯାତ୍ରା ଅନୁଷ୍ଠାନ ପକ୍ଷରୁ ନିକଟସ୍ଥ ଗ୍ରାମ କାନଖାଇ, ଭୂଷଳ , ଏକତାଳି , ରୋଡଙ୍ଗ, କୁନିନ୍ଦା, ମହୁଲପାଳ, ନୀଳକଣ୍ଠପୁର, ଯାଜପୁର ଜିଲ୍ଲାର ହରିପୁର, କନ୍ତିରାରୁ ବଳଦ ମାଲିକ ଙ୍କୁ ସଂମାନ ଜଣାଇ ଅଣାଯାଇଛି ।
ଏ ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଭିନ୍ନତା ମଧ୍ୟରେ ଏକତା ସୃଷ୍ଟିକରିବା । ଏହି ଗ୍ରାମରେ ୪୨ ପାଟକରୁ ଅଧିକ ଜାତି ବାସ କରନ୍ତି | ସମସ୍ତ ଙ୍କୁ ନେଇ ଯାତ୍ରା ସୁନ୍ଦର ଭାବରେ ଅନୁକୂଳ ଯାତ୍ରା କରାଯାଇଛି ବୋଲି ନଗରପାଳ ଶୁଭେନ୍ଦୁ ସାହୁ କହିଛନ୍ତି ।
ବଳଦ ମିଳୁ ନଥିବା କଥା ସତ୍ୟ ତଥାପି ଚଳିତ ବର୍ଷ ୩୨ରୁ ଉର୍ଦ୍ଧ ବଳଦ ଯାତ୍ରାରେ ସାମିଲ ହେଉଛନ୍ତି ବୋଲି କହିଛନ୍ତି ଶାନ୍ତି କମିଟି ର ବରିଷ୍ଠ ସଦସ୍ୟ ରାମଚନ୍ଦ୍ର ନାୟକ ।
ଗାଁରେ ଯେତେ ବାଧା ବିଘ୍ନ ଆସିଲେ ମଧ୍ୟ ବଳଦ ଯାତ୍ରା କେବେ ବନ୍ଦହେବ ନାହିଁ । ଚଳିତ ବର୍ଷ ପ୍ରଶାସନ ପକ୍ଷରୁ କେତେଗୁଡିଏ କଡା ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ଢେଙ୍କାନାଳ ଏସ. ପି ଜ୍ଞାନରଞ୍ଜନ ମହାପାତ୍ର ।