News
WhatsApp Image 2023-10-04 at 17.25.00
samparksetu

ସି.ଡି.ପି.ଓ ଙ୍କ କାର୍ଯ୍ୟାଳୟ ଫାଟକ ବନ୍ଦ କଲେ ଜୟପୁର ବାସିନ୍ଦା

ଭୁବନ ବ୍ଲକରେ ଅଙ୍ଗନୱାଡ଼ି କେନ୍ଦ୍ରରେ କର୍ମୀ ନିଯୁକ୍ତିକୁ ନିମନ୍ତେ ଚୁଡାନ୍ତ ସିଲେକ୍ସନକୁ ନେଇ ହୋଇଥିବା ଘୋଟଲା ଯୋଗୁ ଜୟପୁର ଗ୍ରାମବାସୀ ସି.ଡି.ପି.ଓ କାର୍ଯ୍ୟାଳୟର ଫାଟକ ବନ୍ଦ କରି କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ। ଭୂବନ ଥାନାଧିକାରୀ ଘଟଣାସ୍ଥଳ ରେ ପହଞ୍ଚି ବୁଝାସୁଝା ପରେ ଫାଟକ ଖୋଲା ଯାଇଥିଲା। ଜୟପୁରର ସ୍ମୃତିପ୍ରଜ୍ଞା ବେହେରା ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ । ଖବରରୁ ପ୍ରକାଶ ଯେ, ବିଜ୍ଞପ୍ତି ନମ୍ବର ୫୫୯ /୧୧.୭.୨୦୨୪ ଅନୁଯାୟୀ ବିଭିନ୍ନ କେନ୍ଦ୍ରରେ ମହିଳା ମାନେ ୨୬.୭.୨୪ ଯାଏ ଦରଖାସ୍ତ କରିଥିଲେ ।୧୨.୮.୨୪ ଯାଞ୍ଚ ହୋଇଥିଲା । ୬୨୫/୩୦.୭.୨୪ ଦରଖାସ୍ତ ଆହ୍ଵାନ କରାଯାଇଥିଲା । ୬୩୭/୩୦.୭.୨୪ ଜୟପୁରର ବାସ ସ୍ଥାନ ଓ ଜାତିଗତ ପ୍ରମାଣ ପତ୍ର ପାଇଁ ଅଭିଯୋଗକୁ ବିଚାର କରାଯାଇ ଉପଜିଲ୍ଲାପାଳ ନାରାୟଣ ନାୟକଙ୍କ ଚୁଡାନ୍ତ ନିଷ୍ପତି ପରେ ଚିଠି ନମ୍ୱର ୬୯୫/୧୩.୮.୨୦୨୪ରେ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇବା କଥା। କିନ୍ତୁ ଉପଜିଲ୍ଲାପାଲ ବିନା ଦସ୍ତଖତରେ ଅନ୍ୟ ୫ ଜଣ ଅଧିକରୀଙ୍କ ସ୍ୱାକ୍ଷରକୁ ନେଇ ବିଜ୍ଞପ୍ତି ହୋଇଥିବାରୁ ପରବର୍ତ୍ତୀ ସମୟରେ ନିଯୁକ୍ତି ବିଜ୍ଞାପନ ରଦ୍ଦ କରାଯାଇଥିଲା । ତେବେ ୫ ଟି କେନ୍ଦ୍ରର କର୍ମୀ ନିଯୁକ୍ତ ବନ୍ଦ ହୋଇଥିବାରୁ ମାନ୍ୟବର ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହେଇଛନ୍ତି ୪ ଜଣ କର୍ମୀ। ଅପରପକ୍ଷରେ କିଭଳି କେଉଁ ପରିସ୍ଥିତିରେ ଜୟପୁରର ୩ ର ବାଘମାରି ସାହି ବାସିନ୍ଦାଙ୍କୁ ୯୦୫/୮.୧୦.୨୪ ଅନୁଯାଇ ବହିରାଗମନ କରାଯାଇ ଥିବାରୁ ଗ୍ରାମବାସୀ ସି .ଡି .ପି .ଓ ଙ୍କ କାର୍ଯ୍ୟାଳୟର ଅଧିକାରି ଭଗବତୀ ଗୁରୁ ଙ୍କୁ ପଚାରୀବାକୁ ଯାଇ ପାଟିତୁଣ୍ଡ ହୋଇଥଲା। ଉତ୍ୟକ୍ତ ଲୋକ କାର୍ଯ୍ୟାଳୟର ଫାଟକ ବନ୍ଦ କରି ଦେଇଥିଲେ । ଘଣ୍ଟାଏ ପରେ ପୋଲିସ ପହଞ୍ଚି ବୁଝାସୁଝା କରିଥିଲା ଫାଟକ ଖୋଲା ଯାଇଥିଲା । ତେବେ ବେଇଅନି ସର୍ଭେ ବନ୍ଦ ସହ ବାଘମାରିରେ ନୂତନ କେନ୍ଦ୍ର ପ୍ରତିଷ୍ଠା ପାଇଁ ଦାବି କରାଯାଇଛି ।

new life
You might also like
error: Content is protected !!