News
lipub
samparksetu

ମାତିଛନ୍ତି ଲୁଟେରା ଗ୍ୟାଙ୍ଗ

ମାତିଛନ୍ତି ମନ୍ଦିର ଲୁଟେରା ଗ୍ୟାଙ୍ଗ ,ଗୋଟେ ରାତିରେ ୬ଟି ମନ୍ଦିର ରୁ କଲେ ଚୋରି । ଭୁବନ ବ୍ଲକ ଯମୁନାକୋଟ ଠାରୁ ଦୀଘି ପଞ୍ଚାୟତ ର ରାସ୍ତା ପାର୍ଶ୍ବ ରେ ଥିବା ୬ଟି ମନ୍ଦିର ରୁ କେହି ଦୁର୍ବୃତ୍ତ ଲୁଟ କରିଥିବା ବେଳେ ମାର୍ଥାପୁର ବସ ଷ୍ଟାଣ୍ଡରେ କଣ୍ଢେଇ ନାଚ କରୁଥିବା ଭାପୁର ଅଞ୍ଚଳ ଏକ ଦଳକୁ ସନ୍ଦେହରେ ଅଟକ ରଖିଛି ପୋଲିସ ।

ରବିବାର ବିଳମ୍ବିତ ରାତିରେ ସୁରପ୍ରତାପପୁର ଫାଣ୍ଡି ଅଞ୍ଚଳ ର ୬ଟି ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ସହ ସମ୍ପତି ଲୁଟ। ଘଟଣା ଘଟିଛି ଭୁବନ ଥାନା ଅନ୍ତର୍ଗତ ଯମୁନାକୋଟ,ମାର୍ଥାପୁର ଓ ଦୀଘି ପଞ୍ଚାୟତର ବିଭିର୍ଣ୍ଣ ମନ୍ଦିରରେ। ଯମୁନାକୋଟ ପଞ୍ଚାୟତରେ ଯମୁନେଶ୍ବର ମନ୍ଦିର ପରିଷରରେ ଥିବା ହୁଣ୍ଡି ଓ ମା ପାର୍ବତୀଙ୍କର ମୁକୁଟ ଏବଂ ଟିକିଲି ଚୋରୀ ହୋଇଛି। ସେହିପରି ମାର୍ଥାପୁର ପଞ୍ଚାୟତ ଆଦିପୁରା ମଙ୍ଗଳା ମନ୍ଦିର, ମାର୍ଥାପୁର ବାଲୁଙ୍କେଶ୍ବର ଶିବ ମନ୍ଦିର ଓ ମା ପାର୍ବତୀଙ୍କ ମନ୍ଦିର , ଦିଘି ପଞ୍ଚାୟତର ମୁଗୁପଦା ମନ୍ଦିରରୁ ବହୁ ଅଳଙ୍କାର ସହିତ ସମ୍ପତି ଲୁଟ ହୋଇଛି। ଲୁଟେରା ମାନେ ଆଦିପୁରା ଓ ମାର୍ଥାପୁରର ମା ତାରିଣୀଙ୍କ ବିଗ୍ରହରୁ ରୂପା ଆଖି ତାଡିନେବାକୁ ମଧ୍ୟ ପଛାଇ ନଥିବା ଦେଖିବାକୁ ମିଳିଛି। ତେବେ ଭୁବନ ପୋଲିସ ଏହାର ଅଭିଯୋଗ ପାଇ ଘଟଣାସ୍ଥଳରେ ତଦନ୍ତ କରୁଥିବା ଜଣାପଡ଼ିଛି । ଯମୁନେଶ୍ୱର୍ ମନ୍ଦିର ପକ୍ଷରୁ ସଂପାଦକ ନୀଳମଣି ସାହୁ ଆଦିପୁରା ଶିବ ମନ୍ଦିର ପକ୍ଷ ରୁ ପୂଜକ ସୁଶାନ୍ତ କୁମାର ମିଶ୍ର, ତାରିଣୀ ମନ୍ଦିର ପୂଜକ ରଙ୍ଗନିଧି ମିଶ୍ର, ବାଲୁଙ୍କେଶ୍ୱର ମନ୍ଦିର ନିମନ୍ତେ ଗ୍ରାମକମିଟି ସଭାପତି ପ୍ରକାଶ ଚନ୍ଦ୍ର ମିଶ୍ର ପୃଥକ ପୃଥକ ଭାବେ ଲିଖିତ ଏତଲା ଦେଇଥିବା ଜଣାପଡିଛି । ଯମୁନାକୋଟ ସରପଞ୍ଚ ରଞ୍ଜନ ବାରିକ କୁହନ୍ତି ଅଞ୍ଚଳ ରେ ମାତିଛନ୍ତି ଠାକୁର ମନ୍ଦିର ଚୋର ଗ୍ୟାଙ୍ଗ ।

new life
You might also like
error: Content is protected !!