News
lipub
samparksetu

କରେଇଜାଳା ନାଳ ଅପ୍ରୋଚ ରୋଡ଼ ଭାସିଗଲା

ଭୁବନ ବ୍ଲକ ଦୟଣାବିଲ ପଞ୍ଚାୟତ ଅନ୍ତର୍ଗତ କହ୍ନେଇପାଳ ଗ୍ରାମ କୁ ସଂଯୋଗ କରୁଥିବା କରେଇଜଳା ନାଳ କୁ ସଂଯୋଗ କରୁଥିବା ରାସ୍ତା ବନ୍ୟା ପାଣି ରେ ଭାସିଯାଇଛି ।ଏହି ରାସ୍ତା ଦେଇ ଥୋରିଆସନ୍ଧ ଓ ଚାଟିଆସାହି କୁ ଯାତାୟାତ କରନ୍ତି ।୩ ବର୍ଷ ପୂର୍ବରୁ ଏହି ପୋଲ କୁ ସଂଯୋଗ କରୁଥିବା ସଂଯୋଗୀ କରଣ ରାସ୍ତା ଟି ଧୋଇ ହୋଇଯାଇଛି ଥିବା ରୁ କାମାକ୍ଷା ନଗର ର ସମାଜସେବୀ ଦୀପକ ମାହୁନ୍ତୁ ପ୍ରାୟ ୨ ଲକ୍ଷ ଟଙ୍କା ବ୍ୟୟରେ ସଂଯୋଗୀ କରଣ ରାସ୍ତା କରାଇଥିଲେ ।

ସବୁଠାରୁ ବଡ଼ କଥା ହେଉଛି ଏହି ରାସ୍ତା ଟିକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରାଯାଇଛି । ଯମୁନାକୋଟ ରୁ କହ୍ନେଇପାଳ ଓ ସାପୁଆ ପର୍ଯ୍ୟନ୍ତ ଲମ୍ବିଛି ରାସ୍ତା । ତାଳଚେର ର ଭୂତିଆ କନଷ୍ଟ୍ରସନ ରାସ୍ତା ନିର୍ମାଣ ଶେଷ କରିଛନ୍ତି , ହେଲେ ବିଭାଗୀୟ କର୍ମଚାରୀ ଙ୍କ ଅପାରଗତା ଯୋଗୁ ରାସ୍ତା ମଝିରେ ଥିବା ପୋଲ କୁ ନିର୍ମାଣ କରାଯାଇନାହିଁ । କିମ୍ବା ଅପରୋଚ ରୋଡ଼ ନିର୍ମାଣ ହୋଇନି , ସାମନ୍ୟ ବର୍ଷାରେ ଧୋଇଯାଇଛି ରାସ୍ତା । ବିଦ୍ୟାଳୟ କୁ ଯାଉଥିବା ଛାତ୍ରଛାତ୍ରୀ ଙ୍କ ସମେତ ପାଠଚାରୀ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି ।

new life
You might also like
error: Content is protected !!