ଭୁବନ ସୌନ୍ଦର୍ଯ୍ୟ କରଣ ନିମନ୍ତେ ରାଜ୍ୟ ସରକାର କୋଟି କୋଟି ଟଙ୍କା ମୁକ୍ତା ଯୋଜନା ର ଖର୍ଚ୍ଚ କରୁଛନ୍ତି। ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ନିର୍ମାଣ ରେ ବ୍ୟବହୃତ ସାମଗ୍ରୀ ର ମାନ ଏଭଳି ହୋଇଛି ଯେ ତାହା ଉଦଘାଟନ ପୂର୍ବରୁ ଭାଙ୍ଗି ଯାଇଛି।
ଖବର ନେବାରେ ଜଣା ଯାଏ ଯେ, ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୧୪ରଗଡ଼ି ଛକ ରେ ଭୁବନ ସେଲଫି ପଏଣ୍ଟ ନିର୍ମାଣ ଓ ସୌନ୍ଦର୍ଯ୍ୟ କରଣ ନିମନ୍ତେ ରାଣୀ ଲକ୍ଷ୍ମୀ ବାଇ ସ୍ଵୟଂ ସହାୟକ ଗୋଷ୍ଟି କୁ ଦାୟିତ୍ୱ ଦିଆଯାଇଛି। । ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ୬୦ଦିନ ମଧ୍ୟ ରେ କାର୍ଯ୍ୟ ଶେଷ ହେବ । ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନା ରେ ୧୦ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ନିର୍ମାଣ କାର୍ଯ୍ୟ ଚାଲିଛି । ଜମି ପୋତିବା ନିମନ୍ତେ ୫୦ଟ୍ରକ କ୍ରୋମାଇଟ ଧୁଆ ମାଟି ପକାଯାଇଛି । ଜିଲ୍ଲା ପ୍ରଶାସନ ତାଗିଦ୍ ପରେ ସରକାରଙ୍କ ନିୟମ କୁ ଆଖିଠାର ମାରିବା ପରି ମୋରମ ଘୋଡ଼ାଯାଇ ସମତୁଲ କରାଯାଇଛି । ତତ୍ ପରେ ପାଚେରୀ କରାଯାଇଛି ।
ଭୁବନ ଶେଲଫି ପଏଣ୍ଟ ସ୍ଥାପନ କରାଯାଇଛି । ଉଦଘାଟନ ହୋଇନାହିଁ। ସେଥିପାଇଁ ଜରି ଘୋଡ଼ା ଯାଇଛି। ସୋ ଲାଇଟ୍ ଲଗାଯାଇଛି । ଏକ ସୁନ୍ଦର ପ୍ରଜାପତି ଯାହାକି ପ୍ରେମ ର ପ୍ରତୀକ କରାଯାଇଛି । ଏହି ପ୍ରଜାପତି ଟି ଓଜନଦାର ଥିବାରୁ ମୂଳରୁ ଭାଙ୍ଗି ପଡ଼ିଛି । ଉଦଘାଟନ ପୂର୍ବରୁ ଭାଙ୍ଗି ଯାଇଥିବାରୁ ଭୁବନ ର ସୌନ୍ଦର୍ଯ୍ୟ ପ୍ରସ୍ପୁଷ୍ଟିଟ ହେବା ପୂର୍ବରୁ ମଉଳି ଯାଇଛି । ଏ ନେଇ ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ବେହେରା ଙ୍କୁ ପଚାରିବାର ସେ କୁହନ୍ତି ଯେହେତୁ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ତେଣୁ ଯେଉଁ ସ୍ଥାନ ଭାଙ୍ଗିଛି ତାହା ପୁଃନ ନିର୍ମାଣ ପାଇଁ ସଂପୃକ୍ତ କାର୍ଯ୍ୟ ନିର୍ବାହୀ ସଂସ୍ଥା କୁ କୁହାଯିବ ।