ଭୁବନ ବିଜ୍ଞାପିତ ଅଚଂଳ ପରିଷଦ ଅର୍ନ୍ତଗତ ଶିତଳଭଣ୍ଡାର ଟି ୨୦୦୩ ମସିହାରେ ବିକ୍ରୀ ହୋଇଥିଲା । ନିଲାମ ନେଇଥିବା ବ୍ୟକ୍ତି ବିଭିନ୍ନ ବ୍ୟକ୍ତିକୁ ବିକ୍ରୀ କରିଛନ୍ତି । ୨୮୧୧ନଂ ପ୍ଲଟଟି ରକ୍ଷିତ ଖାତାର ଅଂଶ ବିଶେଷ ହୋଇଥିବାରୁ ସ୍ଥାନୀୟ ବ୍ୟକ୍ତି ସେଠାରେ ଦୋକାନ କରିବା ସହ ଖତ ଗାତ କରିଛନ୍ତି ।
ଏହି ପ୍ଲଟର ଦକ୍ଷିଣ ଦିଗରେ ଥିବା ପ୍ଲଟ ଟିକୁ କ୍ରୟ କରିଥିବା ବ୍ୟକ୍ତି ଏହି ସଂରକ୍ଷିତ ଜମିକୁ ଦଖଲକୁ ନେବାକୁ ନେଇ ସ୍ଥାନୀୟ ବାସିନ୍ଦା ଙ୍କ ବିରୋଧର ଶୀକାର ହୋଇଥିଲେ । ଏନେଇ ତହସିଲଦାରଙ୍କୁ ଭୁବନ ଓକିଲ ସଂଘର ସଭାପତି ବାବୁଲି କୁମାର ସେଠୀ ଙ୍କ ସମେତ ଗ୍ରାମବାସୀ ଜଣାଇବା ପରେ ତହସିଲଦାର କାମ ବନ୍ଦ କରାଇଥିଲେ ।
