ହୃଦୟ ମନ୍ଦିରେ ମନ ସଳିତାରେ
ଲୁହର ଦୀପାଳୀ ଜାଳି
ସାଜି ପୂ ଜାରିଣୀ କରିଛି ପ୍ରତୀକ୍ଷା
ଧରି ନିରାଜନା ଥାଳି ||0||
ମନ ଯମୁନାରେ ଉଜାଣି ଉଠୁଛି
ଝରେ ପ୍ରେମ ସୁଦ୍ଧା ବାରି
ଆଶା ଉପବନେ ଭକତି ଶେଫାଳୀ
ଫୁଟେ ମହକିତ କରି
ମାତଙ୍ଗୀ ଶବରୀ ସାଜି ଚାହିଁଅଛି
ସ୍ବାଦୁ ବନଫଳ ତୋଳି ||1||
ନିଃଶ୍ୱାସେ ପ୍ରଶ୍ୱାସେ ସଦା ମୂଁ ଜପୁଚି
ଜଗନ୍ନାଥ ଜଗନ୍ନାଥ
ନୟନ ମୁଦିଲେ ଦିଶି ଯାଉଅଛି
ତୁମ ନୀଳଚକ୍ର ନେତ
ଦେହ ନନ୍ଦୀଘୋଷ ଯାଉଅଛି ଗଡ଼ି
ଛୁଇଁ ବଡଦାଣ୍ଡ ଧୂଳି ||2||
✍️ସରୋଜିନୀ ସାହୁ