ପୁଣି ଫେରିଛି ଗୋଟିକିଆ ଦନ୍ତା ,ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ଅଂଚଳ ବାସି । ମଠତେନ୍ତୁଳିଆ ବରଦା ଷଡ଼ଙ୍ଗୀ ପୋରୁହଖୋଜ ଓ ଗଁ ଦିଆ ଗ୍ରାମ ପଂଚାୟତ ର ଅନେକ ଗ୍ରାମ ଯଥା ମଠତେନ୍ତୁଳିଆ ସୁରପ୍ରତାପ ରାଜକିଶୋରପୁର, ଇଲେଇଜଙ୍ଗ, ମୁଗପଦା, ଷଡ଼ଙ୍ଗୀ ବରଦା ,କୁସିଦା ଆଦି ଗ୍ରାମ ଗୁଡିକର ଜନସାଧାରଣ ମାନେ ଭୟଭୀତ ଅବସ୍ଥାରେ ଅଛନ୍ତି ।
ଏହି ଦନ୍ତା କିଛି ଦିନ ଧରି ଅନ୍ୟତ୍ର ଥିଲା ହେଲେ ଏଇ ନିକଟରେ ପୁଣି ଫେରି ଆସିଛି ,ଶ୍ରୀରାମଚନ୍ଦ୍ରପୁର ଗ୍ରାମର ମେଡିକାଲ ଛକ ପଛରେ ଥିବା କାଜୁ ଜଙ୍ଗଲ ଓ ମୁଗପଦା ଗ୍ରାମ୍ୟ ଜଙ୍ଗଲ ମଧ୍ୟରେ ରହୁଛି ସନ୍ଧ୍ୟା ସମୟରେ ଗଁଦିଆ ବ୍ଲକ ମଧ୍ୟ ଦେଇଯାଇଥିବା ଢେଙ୍କାନାଳ –ଭୁବନ ମୁଖ୍ୟ ରାସ୍ତାର ୧୯ମାଇଲ ଛକ ଠାରେ ରାସ୍ତା ପାର ହେଉଛି ଯାହା ଫଳରେ ସେହି ସମୟରେ ଯାନବାହାନ ଚଳା ଚଳ କ୍ଷେତ୍ରରେ ବାଧକ ସୃଷ୍ଟି ହେଉଛି ।
ଉଭୟ ପାର୍ଶ୍ୱରେ ଅନେକ ସମୟ ଗାଡିଗୁଡିକ ଅଟକି ରହୁଛି, ବିଶେଷ କରି ଏଠାରେ ଥିବା ବ୍ଲକର ଏକ ମାତ୍ର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ଏହି ଦନ୍ତା ଚଳପ୍ରଚଳ ଯୋଗୁ ରାତି ସମୟରେ ସ୍ୱାସ୍ଥ୍ୟ ସେବା ପାଇଁ ଜନସାଧାରଣ ମାନେ ଉକ୍ତ କେନ୍ଦ୍ରକୁ ଆସିବାକୁ ଭୟ କରୁ ଥିବାର ଦେଖିବାକୁ ମିଳୁଛି । ଯେହେତୁ ଉକ୍ତ ଅଂଚଳଟି ବ୍ଲକର ମୁଖ୍ୟ କେନ୍ଦ୍ର ପରିସର ଭୁକ୍ତ ଅଟେ ତାହାକୁ ନେଇ ବିଶେଷ ଭାବରେ ଜନସାଧାରଣ ଚିନ୍ତା ପ୍ରକଟ କରିଛନ୍ତି । ତୁରନ୍ତ ବନ ବିଭାଗ ପକ୍ଷରୁ ଉକ୍ତ ଅଂଚଳରୁ ଏହି ଦନ୍ତା ହାତୀକୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇ ପଦକ୍ଷେପ ନେବା ସହିତ ରାତ୍ରି କାଳୀନ ପେଟ୍ରୋଲିଙ୍ଗ ବ୍ୟବସ୍ଥା କଡାକଡି କରିବାକୁ ଅଂଚଳ ବାସି ଙ୍କ ପକ୍ଷରୁ ଦାବି ହେଉଛି ।
