ଢେଙ୍କାନାଳ ଜିଲ୍ଲା ଗଁଦିଆ ଅଂଚଳରେ ଗତକାଲି ଓ ଆଜି ହାତୀ ଆକ୍ରମଣରେ ଜଣକର ମୃତ୍ୟୁ ହୋଇଥିବା ବେଳେ ,ଅନ୍ୟ ଜଣେ ଗୁରୁତର ଆହତ ହୋଇ କଟକ ବଡ ମେଡିକାଲ ରେ ଚିକିତ୍ସାଧୀନ ଅଛନ୍ତି ।
ସୂଚନା ଅନୁଯାୟୀ , ଷଡ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ବଣିଆ ପଡା(କଲନସହି) ଗ୍ରାମର ରଘୁନାଥ ବାରିକ(୭୧) ଶନିବାର ଏକ ଶୁଦ୍ଧ ଘର କାର୍ଯ୍ୟରେ ରାମେଇ ଗ୍ରାମକୁ ଯାଇ ରବିବାର ସକାଳୁ ନିଜ ଘରକୁ ଫେରୁଥିବା ସମୟରେ ଦଣ୍ଡେଇବେରେଣୀ ତାଳପଦା ଫରେଷ୍ଟ ରୋଡ ରେ ଆସୁଥିବା ବେଳେ ଏକ ଦାନ୍ତ ହାତୀ ହାବୁଡ଼ରେ ପଡିଯାଇଥିଲେ । ଦନ୍ତା ହାତୀଟି ତାର ଦାନ୍ତରେ ରଘୁନାଥ ଙ୍କର ପେଟକୁ ଭୁଷିଦେବା ସହ କଚାଡି ଦେଇଥିଲା ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଖବର ପାଇ ଷଡ଼ଙ୍ଗୀ ରେଞ୍ଜ ଅଧିକାରୀ ଚନ୍ଦ୍ରମଣି ବେହେରା ବନପାଳ ଚିନ୍ମୟ ସାହୁ ଘଟଣା ସ୍ଥଳରେ ପହଞ୍ଚି , ବନବିଭାଗ ତରଫରୁ ମୃତକ ପରିବାରକୁ ୪୦ହଜାର ଟଙ୍କା ରାଶି ପ୍ରଦାନ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି ।
ଅନ୍ୟପଟେ କପିଳାସ ବନାଞ୍ଚଳ ଦେଓଗାଁ ପଞ୍ଚାୟତ ଲତାବାଇଁଶିଆ ଗ୍ରାମର ବରୁଣ ସ୍ୱାଇଁ ଶନିବାର ବିଳମ୍ବିତ ରାତିରେ ନିଜ ଶାଗ ବାଡିରୁ ହାତୀ ଘଉଡାଇବାକୁ ଯାଇ ହାତୀ ଆକ୍ରମଣ ର ଶିକର ହୋଇଥିଲେ ।
ହାତୀ ଆକ୍ରମଣରେ ତାଙ୍କ ଅଣ୍ଟା ଭାଙ୍ଗି ଯାଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଢେଙ୍କାନାଳ ପରେ କଟକ ବଡ଼ ମେଡିକାଲ ରେ ଭର୍ତ୍ତି କରାଯାଇଛି ।
